ଅଭିଜିତ ଆୟାରଙ୍କ ଅହଙ୍କାର ଟପିଯାଇଛି ସବୁ ସୀମା ! କୋଣାର୍କର କାରୁକାର୍ଯ୍ୟକୁ ଅତ୍ୟନ୍ତ ଅଶାଳୀନ ଭାଷାରେ ବର୍ଣ୍ଣନା କରିଛନ୍ତି ଆୟାର ।

47

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅବା ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ବିଶ୍ୱପରିଚିତ । ଅନେକ ଲୋକ ଏହାକୁ ଦୁର ଦୁରାନ୍ତରରୁ ଦେଖିବା ପାଇଁ ଆସିବା ସହ ଏହାର ସୌନ୍ଦରତାକୁ ବେଶ ପ୍ରଶନ୍ସା କରିଥାନ୍ତି । କିନ୍ତୁ ଅନେକବାର ଏହାକୁ ନେଇ ଆଲୋଚନା ଓ ସମାଲୋଚନା ମଧ୍ୟ ଦେଖିବାକୁ ମିଳୁଛି । ଠିକ ସେହିଭଳି ଅଭିଜିତ ଆୟାର ଅତ୍ୟନ୍ତ ଅଶାଳୀନ ଭାଷାରେ ଏହି କାରୁକାର୍ଯ୍ୟକୁ ସମାଲୋଚନା କରିଛନ୍ତି । ପ୍ରଶ୍ନ ଉଠୁଛି ଏହି କାରୁକାର୍ଯ୍ୟରେ ଏମିତି କଣ ରହିଛି ।

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିସରରେ ଖୋଦେଇ ହୋଇ ରହିଛି ଅନେକ ସୁନ୍ଦର ସୁନ୍ଦର ମୁର୍ତ୍ତି । ସବୁଠି ରହିଛି ନିଖୁଣ କାରୁକାର୍ଯ୍ୟ ଓ ଶିଳ୍ପୀ ହାତର କରିସ୍ମା । ଆଉ ଏଥିରେ ବି ରହିଛି ପ୍ରେମ ଓ କାମନା – ବାସନାର ପ୍ରତିକୃତି । କେବଳ କୋଣାର୍କ ମନ୍ଦିର ନୁହେଁ ଭାରତର ଅନେକ ପ୍ରାଚୀନ ମନ୍ଦିରରେ ମୈଥୁନ ମୁର୍ତିର ଏପରି କାରୁକାର୍ଯ୍ୟ ଦେଖିବାକୁ ମିଳେ । ପ୍ରସିଦ୍ଧ ସ୍ଥପତି ରଗୁନାଥ ମହାପାତ୍ରଙ୍କ ଭାଷାରେ ବାହାର କାନ୍ଥରେ ଥିବା ମୂର୍ତିରେ ବିମୋହିତ ହେଲେ ଭଗବାନକୁ ପାଇ ପାରିବେନାହିଁ । ଅର୍ଥାତ୍ ଏହିସବୁ ମୂର୍ତି ଭିତରେ ଲୁଚି ରହିଛି ଗୁଢ଼ ତତ୍ୱ ।

ସୂଚନା ଅନୁଯାୟୀ, ପ୍ରାୟ ୮୦୦ ବର୍ଷ ତଳେ ନିର୍ମିତ କୋଣାର୍କ ମନ୍ଦିରର ଏହି କାରୁକାର୍ଯ୍ୟକୁ ନେଇ ଅନେକ ଗବେଷଣା ହୋଇଛି, ତେବେ ଆଜି ଏକ ଭିନ୍ନ କାରଣ ପାଇଁ ପୁଣି ଥରେ ଚର୍ଚ୍ଚାରେ ବ୍ଲାକ୍ ପାଗୋଡ଼ା । କାରଣ ସାମ୍ବାଦିକ ବୋଲାଉଥିବା ଅଭିଜିତ ଆୟାର ମିତ୍ର ଏହାକୁ ଅଶାଳୀନ ଭାଷାରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଏସବୁ ମୁର୍ତି ହିନ୍ଦୁ ବିରୋଧୀ ଏବଂ ହିନ୍ଦୁ ମାନଙ୍କୁ ଦବେଇବା ପାଇଁ ମୁସଲମାନମାନଙ୍କ ଏକ ଷଡଯନ୍ତ୍ର । ତେବେ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି ଏହା ସମଗ୍ର ଓଡିଆ ଜାତି ପ୍ରତି ଅପମାନ । ତାଙ୍କ ନାଁରେ ମାମଲା କରି ଜେଲଦଣ୍ଡ ଦିଆଯାଉ ବୋଲି କହିଛନ୍ତି ବିଶ୍ୱଭୂଷଣ ।