୭ ଦିନ ମଧ୍ୟରେ ଜୀବନ ପ୍ରମାଣପତ୍ର ଜମା ନକଲେ ପାଇବେ ନାହିଁ ପେନସନ୍ ! ରିପୋର୍ଟ ଜାରୀ କଲା ଏସବିଆଇ ।

102

ଯଦି ଆପଣ କାର୍ଯ୍ୟକ୍ଷେତ୍ରରୁ ଅବସର ନେଇ ସାରିଛନ୍ତି ଏବଂ ପେନସନର ଲାଭ ନେଉଛନ୍ତି ତେବେ ଏହି ଖବର ଉପରେ ନଜର ପକାନ୍ତୁ । ପେନସନର ଲାଭ ଉଠାଉଥିବା ଲୋକ ନଭେମ୍ବର ୩୦ ,୨୦୧୮ ଭିତରେ ନିଜର ଜୀବନ ପ୍ରମାଣପତ୍ର ଜମା କରିବା ଅନିବାର୍ଯ୍ୟ ଅଟେ । ବର୍ତ୍ତମାନ ଆପଣଙ୍କ ପାଖରେ ମାତ୍ର ୭ ଦିନର ସମୟ ଅଛି । ଏହି ସମୟ ମଧ୍ୟରେ ଆପଣ ଜୀବନ ପ୍ରମାଣପତ୍ର ନ ଜମା କଲେ ଆଗକୁ ପେନସନର ଲାଭ ଉଠାଇ ପାରିବେ ନାହିଁ । ଅବସରପ୍ରାପ୍ତ ବ୍ୟକ୍ତି ନିଜ ଜୀବନ ପ୍ରମାଣପତ୍ର ପେନସନ୍ ଆକାଉଣ୍ଟ ଥିବା ଏସବିଆଇ ବ୍ରାଞ୍ଚ୍ କିମ୍ବା ସିଏସଇ ସରକାରୀ ଅଫିସରେ ଯାଇ ଡିଜିଟାଲି ଜମା କରିପାରିବେ ।

ଘରେ ବସି ଜମା କରିପାରିବେ : ଏସବିଆଇ ତରଫରୁ ପେନସନ୍ ଧାରୀଙ୍କୁ ସୁଚାରୁ ରୂପେ ପେନସନ୍ ରାଶି ପାଇବା ପାଇଁ ୩୦ ନଭେମ୍ବର ପୂର୍ବରୁ ଜୀବନ ପ୍ରମାଣପତ୍ର ଜମା କରିବାକୁ କୁହାଯାଇଛି । ତେବେ ବ୍ୟାଙ୍କ ମୁତାବକ ଅନଲାଇନ୍ ଆଧାରରେ ଜୀବନ ପ୍ରମାଣପତ୍ର ଜାରି କରିବା ପାଇଁ କିଛି ସମୟ ଲାଗିବ ।

ଅଫଲାଇନ୍ ଜରିଆରେ ମଧ୍ୟ ଜମା କରିପାରିବେ : ବ୍ରାଞ୍ଚ୍ କୁ ଯିବା ପୂର୍ବରୁ ପେନସନ୍ ଧାରକ ନିଜ ଆଧାରକାର୍ଡ ନମ୍ବର,ପେନସନ୍ ଡିଟେଲ୍ ଏବଂ ପେନସନ୍ ଖାତା ବିବରଣୀ ଦେଇ ଜୀବନ ପ୍ରମାଣପତ୍ରକୁ ପ୍ରମାଣିତ କରନ୍ତୁ । ଡିଜିଟାଲ୍ ଜୀବନ ପ୍ରମାଣପତ୍ରକୁ ସବମିଟ୍ କରିବା ପରେ ପେନସନ୍ ଧାରକଙ୍କ ମୋବାଇଲ୍ ନମ୍ବର,ଟ୍ରାଜାକସନ୍ ଆଇଡିର ବିବରଣୀ ଆସିଯିବ । ଏହାପରେ ପେନସନ୍ ଧାରକ ଜୀବନ ପ୍ରମାଣପତ୍ର ୱେବସାଇଟକୁ ଯାଇ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ ।

କ’ଣ ହୋଇଥାଏ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ?
ଜୀବନ ପ୍ରମାଣ ଏକ ଆଧାର ବେସଡ୍ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ହୋଇଥାଏ । ଜୀବନ ପ୍ରମାଣ ସାହାଯ୍ୟରେ ପେନସନର୍ ନିକଟତମ ବ୍ୟାଙ୍କ,କମନ୍ ସର୍ଭିସ୍ ସେଣ୍ଟର କିମ୍ବା କୌଣସି ସରକାରୀ ଅଫିସରେ ଯାଇ ଜୀବନ ପ୍ରମାଣପତ୍ର ଆଧାର ନମ୍ବର ଜରିଆରେ ବାୟୋମେଟ୍ରିକାଲି ଅର୍ଥୋଟିକେଟ୍ କରିପାରିବେ । ଏହାସହ ନିଜ ପେନସନ୍ ବ୍ୟାଙ୍କ୍ ଆକାଉଣ୍ଟରେ ଜଡିତ ଥିବା କିଛି ଅନ୍ୟ ଡିଟେଲ୍ ବି ଦେବାକୁ ପଡିବ । ସାର୍ଟିଫିକେଟ୍ ଜମା କରିବା ପାଇଁ ନିକଟତମ ବ୍ୟାଙ୍କ୍ ବ୍ରାଞ୍ଚ୍ ,ସିଏସସି କିମ୍ବା ସରକାରୀ ଅଫିସ୍ ର ଠିକଣାରେ jeevanpramaan.gov.in   ‘ଲୋକେଟ୍ ସେଣ୍ଟର’ ଅପସନ୍ ରେ ଲଗାଇପାରିବେ ।