ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନ ବିଷୟରେ ଜାଣନ୍ତୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ !

110

ନୂଆ ଦିଲ୍ଲୀରେ ଅବସ୍ଥିତ ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନ ।  ‘ସେଭେନ ରେସ କୋର୍ସ ରୋଡ’ ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜନୈତିକ ବୈଠକର ଆୟୋଜନ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ଏହି ବାସଭବନର ନାମ ହେଲା ପଞ୍ଚବଟୀ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ୧୨ ଏକ ଜମିରେ ତିଆରି । ଏଥିରେ ତଆରି ହୋଇଛି ପାଞ୍ଚଟି ବଙ୍ଗଳା ।

source-jagaran josh

ଯେଉଁଠି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆବାସକ୍ଷେତ୍ର, ସୁରକ୍ଷା ପ୍ରତିଷ୍ଠାନ, ଏକ ବିଶେଷ ସୁରକ୍ଷା ସମୂହ ଓ ଆଉ ଏକ ଗେଷ୍ଟ ହାଓସ ସାମିଲ ଅଛି । ଏଥିପାଇଁ ସାମଗ୍ରିକ ରୂପେ ଏହାକୁ ‘ସେଭେନ ରେସ କୋର୍ସ ରୋଡ’ କୁହାଯାଏ । ରେସ କୋର୍ସରେ ରହିଥିବା ସବ ପ୍ରଧାନମନ୍ତ୍ରୀ ହେଲେ ରାଜୀବ ଗାନ୍ଧୀ । ସେ ଏହି ବାସଭବବନକୁ ୧୯୮୪ ରେ ଆସିଥିିଲେ । ୨୬ ମଇ ୨୦୧୪ରୁ ଏହି ବାସଭବନରେ ରହୁଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଆବାସ ଓ ପ୍ରୋଟୋକଲ ବିଷୟରେ କିଛି ରୋଚକ ତଥ୍ୟ-

• ୭ ରେସ କୋର୍ସ ରୋଡରେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଆବାସର ନକ୍ସା ତିଆରି କରିଥଲେ ରବର୍ଟ ଟର ରସେଲ ।

• ପ୍ରଧାନମନ୍ତ୍ରୀ ବିପି ସିଂଙ୍କ କାର୍ଯ୍ୟକାଳ ସମୟରେ ସେ ଏହାକୁ ସରକାରୀ ନିବାସ କରିଦେଇଥିଲେ ।

• ୭ ଆରସିଆରରେ ଅଛି ୫ ଟି ବଙ୍ଗଳା-୧,୩,୫,୭, ୯, । ବର୍ତ୍ତମାନ ୪ ଆରସିଆରକୁ ପ୍ରଧାନମନ୍ତ୍ରୀ ନିଜର ଆବାସ ରୂପେ ବ୍ୟବହାର କରିବା ସହ ୭ ଆରସିଆରକୁ ତାଙ୍କର କାର୍ଯ୍ୟାଳୟ କରିଛନ୍ତି । ବଙ୍ଗଳା ୯ରେ ବିଶେଷ ସୁରକ୍ଷା ସମୁହ ରୁହନ୍ତି, ସେମାନେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଅଛନ୍ତି । ବଙ୍ଗଳା ୩ ଅତିଥି ମାନଙ୍କ ପାଇଁ ତିଆରି ହୋଇଛି । ଆରସିଆରରେ ତିଆରି ହୋଇଥବା ବଙ୍ଗଳା ୧ ପ୍ରଧାନମନ୍ତ୍ରୀଙ୍କ ସେବା ପାଇଁ ତିଆରି ହୋଇଥିବା ହେଲିଫ୍ୟାଡ । ଏହାର ବ୍ୟହାର ୨୦୦୩ରୁ କରାଯାଉଛି ।

• ୭ ଆରସିଆରରେ ଥିବା ଉଦ୍ୟାନ ବେଶ ସୁନ୍ଦର ଓ ମନରୋମ । ଏହି ଉଦ୍ୟାନକୁ ସବୁବେଳେ ବେଶ ସଫରସୁତୁରା ରଖାଯାଏ । ଏହା ଏତେ ବଡ ଯେ ଏଠାରେ ଏକ ଘୋଡା ଆରାମରେ ଦୌଡି ପାରିବ । ୭ ଆରସିଆରରେ ଗୋଟିଏ ମାତ୍ର ପ୍ରବେଶ ଦ୍ୱାର ରହିଛି । ପ୍ରବେଶ ଦ୍ୱାରାରେ କଡା ସୁରକ୍ଷା ବ୍ୟବସ୍ଥା ରହିଛି ।

• ୭ ଆରସିଆରର କାର୍ଯ୍ୟସ୍ଥଳରେ ଦୁଇଟି ଛୋଟ କକ୍ଷ ତଆରି ହୋଇଛି । ଉଭୟ କକ୍ଷରେ ଦୁଇ ଜଣ ବ୍ୟକ୍ତିଗତ ସଚିବ ରୁହନ୍ତି । ଆଗନ୍ତୁକଙ୍କ କକ୍ଷ ଦକ୍ଷିଣ ପାଶ୍ୱର୍ରେରେ ଅବସ୍ଥିତ ।

• ରେସ କୋର୍ସ ରୋଡରେ ପ୍ରବେଶ ପାଇଁ – ପ୍ରଥମେ ୯ ଆରସିଆରରେ ପ୍ରବେଶ କରିବେ । ଏହାପରେ ଅଛି ପାର୍କି ପାଇଁ ଭବ୍ୟ ବ୍ୟବସ୍ଥା । ଏହାପର ଠାରୁ ଆରମ୍ଭ ହୋଇଛି କଡା ସୁରକ୍ଷା କ୍ଷେତ୍ର ଆରମ୍ଭ ଏବଂ ଏହି ସୀମାରେ ରହିଛି ୭,୫,୩, ୨ ଆରସିଆର । ଏଠାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ବିନା ଅନୁମତରେ ପ୍ରବେଶ କରିବାକୁ ଦିଆଯାଏନି ।

• ସବୁଠାର ମଜାଳିଆ କଥା ହେଲା ୭ ଆରସିଆରରେ କେବଳ କଳାକୃତି ନୁହଁ ସିନେମା ମଧ୍ୟ ଦେଖିବାର ସୁବିଧା ରହିଛି ।

• କେବଳ ଗୋଟିଏ ଫୋନ କଲରେ ଏଠାକୁ ଭଣ୍ଡାରୀ, ଦରଜୀ ଓ ଷ୍ଟାଇଲିଷ୍ଟ ମାନେ ପହଞ୍ଚି ଯାଆନ୍ତି ।

• ୭ ଆରସିଆରରେ ଏକ ପାୱାର ଷ୍ଟେସନ ରହିଛି । ଏମ୍ସର ଡାକ୍ତର ଓ ନର୍ସ ଏଠାରେ ୨୪ ଘଣ୍ଟା ଡ୍ୟୁଟିରେ ଥାଆନ୍ତି ।

• ପ୍ରଧାନମନ୍ତ୍ରୀଙ୍କ ପାଇଁ ୬ ବିମଏଡବ୍ଲ୍ୟୁ କାର ଏକା ସହ ଚାଲେ । ଏହି ସବୁ ସୁବିଧା ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ଦିଆଯାଇଥିବା ଆଦେଶ ପରେ ଆରମ୍ଭ ହୋଇଥଲା । ବିଏମଡବ୍ଲ୍ୟୁ କାରର ବ୍ୟବହାର ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଥିଲା ବେଳେ କରନ୍ତି ।