ଜୁନିୟର ବଚ୍ଚନଙ୍କ ପ୍ରେମ ନିବେଦନର କାହାଣୀ !

48

ବଲିଉଡର ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଐଶର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ଅନ୍ୟତମ । ୨୦ ଅପ୍ରେଲ ୨୦୦୭ରେ ଏହି ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କର ବିବାହ ଏବଂ ପ୍ରୋପୋଜ କରିବାର ମୁହୂର୍ତକୁ ଅଭିଷେକ ମନେପକାଇ ତାଙ୍କର ଟ୍ୱିଟର ଆକାଂଉଟରେ ବହୁତ କିଛି ଲେଖିଛନ୍ତି, ଏବଂ  ତାଙ୍କର ଏହି ଜୀବନଯାତ୍ରାକୁ ମନେପକାଇ ନିଜର ଖୁସି ଜାହିର କରିଛନ୍ତି ।

୧୦ ବର୍ଷ ତଳର ପୁରୁଣା କଥାକୁ ମନେପକାଇଛନ୍ତି ଅଭିଷେକ । ନ୍ୟୁୟର୍କର ଭୀଷଣ ଥଣ୍ଡାରେ ବାଲକୋନିରେ ଛିଡା ହୋଇ ଐଶର୍ଯ୍ୟାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଅଭିଷେକ । ଅଭିଷେକଙ୍କର ଏହି ପ୍ରସ୍ତାବରେ ସେ ରାଜି ହୋଇଥିଲେ ।

ଅଭିଷେକଙ୍କ କହିବା ମୁତାବକ ଐଶଙ୍କୁ ସେ ପ୍ରୋପୋଜ କଲାବେଳେ ବହୁତ ନର୍ଭସ ଥିଲେ । କିନ୍ତୁ ଐଶ ତାଙ୍କ ପ୍ରସ୍ତାବରେ ରାଜି ହେବାପାଇଁ ଏକ ସେକେଣ୍ଡ ବି ସମୟ ନେଇ ନ’ଥିଲେ । ଐଶ ଏବଂ ଅଭିଷେକଙ୍କ ପାଇଁ ଏହି ସମୟ ଥିଲା କିଛି ଖାସ୍ ଏବଂ ଏହାର ଅନୁଭୂତି ମଧ୍ୟ ଥିଲା ବହୁତ ରୋମାଂଟିକ୍ ।

ମଣିରତ୍ନମଙ୍କ ସିନେମା “ଗୁରୁ’ର ପ୍ରିମିୟର ର ତୁରନ୍ତ ପରେ ଅଭିଷେକ, ଐଶର୍ଯ୍ୟାଙ୍କୁ ପ୍ରୋପୋଜ କରିଥିଲେ । “ଗୁରୁ’ ସିନେମା ରିଲିଜ ହେବାର ଦଶ ବର୍ଷ ହେବା ସହିତ ଏହି ଦୁଇଜଣଙ୍କର ବିବାହକୁ ମଧ୍ୟ ଦଶ ବର୍ଷ ହୋଇସାରିଛି । ଦୁଇଜଣଙ୍କର ୫ ବର୍ଷର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି ।

“ଢାଇ ଅକ୍ଷର ପ୍ରେମ୍ କେ’ରେ ଐଶର୍ଯ୍ୟା ଏବଂ ଅଭିଷେକ ପ୍ରଥମ ଥର ପାଇ ସ୍କ୍ରିନ୍ ସେୟାର କରିଥିଲେ । ଏହି ସିନେମାର ତୁରନ୍ତ ବାଦ୍ “ଉମରାଓ ଜାନ୍’ ରେ ବି ଏକା ସାଙ୍ଗରେ ନଜର ଆସିଥିଲେ ଏହି ଦୁଇଜଣ । ଏହି ସିନେମା କଲାବେଳେ ସେମାନେ ପରସ୍ପର ନିକଟତର ହୋଇଥିଲେ ।