ଲକ୍ଷାଧିକ ଟଙ୍କାର ବ୍ୟବସାୟ ଛାଡି ହେଲେ ଆଇଏଏସ ଟପ୍ପର : ଆସନ୍ତୁ ଜାଣିବା ତାଙ୍କର ଆଇଏଏସ ହେବାର କୈାତୁହଳପୂର୍ଣ୍ଣ ଯାତ୍ରା ବିଷୟରେ

53

ଅଭିଷେକ ସୁରାନା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୧୦ମ ସ୍ଥାନ ହାସଲ କରିଛନ୍ତି । ସୁରାନା ପୂର୍ବରୁ ବି ଏହି ପରୀକ୍ଷା ପାସ କରିସାରିଛନ୍ତି, କିନ୍ତୁ ଆଇଏଏସ ହେବା ପାଇଁ ସେ ପୁଣି ଥରେ ପରୀକ୍ଷା ଦେଲେ ଓ ତାଙ୍କ ସ୍ୱପ୍ନ ପୁରା କଲେ । ତାଙ୍କର ପରୀକ୍ଷାରେ ୧୦ମ ସ୍ଥାନ ହାସଲ କରିବା ପୂର୍ବର କାହାଣୀ ବହୁତ କୈାତୁହଳପୂର୍ଣ୍ଣ । ରାଜସ୍ଥାନର ଭିଲୱାଡା ନିବାସୀ ଅଭିଷେକ ସୁରାନା ଆଗରୁ ଆଇଆଇଟିରୁ ଗ୍ରାଜୁଏସନ କରିଥିଲେ ଓ ତା’ପରେ ସେ ବିଦେଶ ଚାଲିଗଲେ । କିନ୍ତୁ ବିଦେଶରେ ସେ ବେଶୀ ଦିନ ରହିପାରିନଥିଲେ ଓ ଫେରିଆସିଥିଲେ । ତାଙ୍କ କହିବାନୁସାରେ, ସେ ଦେଶର ଲୋକଙ୍କ ପାଇଁ କିଛି କରିବା ଆଶାରେ ଭାରତ ଫେରିଆସିଥିଲେ ।

ସୂଚନାଯୋଗ୍ୟ, ସେ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ଥିଲେ ଓ ସିଙ୍ଗାପୁରର ଏକ ବ୍ୟାଙ୍କରେ ତାଙ୍କର ଚାକିରୀ ହୋଇଗଲା । ତା’ପରେ ସେ ତାଙ୍କ ଦୁଇଜଣ ବନ୍ଧୁଙ୍କ ସହ ମିଶି କମ୍ପାନୀ ଖୋଲି ବ୍ୟବସାୟ କଲେ ଓ ଲଣ୍ଡନର ଏକ ବ୍ୟାଙ୍କରେ ଚାକିରୀ ମଧ୍ୟ କଲେ ।
ସେ ତୃତୀୟ ଥର ପାଇଁ ପ୍ରୟାସ କରି ୧୦ମ ସ୍ଥାନ ହାସଲ କଲେ । ଏହାପୂର୍ବରୁ ସେ ଦୁଇଥର ପରୀକ୍ଷା ଦେଇସାରିଛନ୍ତି । ପ୍ରଥମ ପରୀକ୍ଷା ସେ ୨୦୧୫ରେ ଦେଇଥିଲେ, ଯେଉଁଥିରେ ସେ ଇଣ୍ଟରଭ୍ୟୁରୁ ବାହାର ହୋଇଯାଇଥିଲେ । ତା’ପରେ ୨୦୧୬ରେ ପୁଣି ଥରେ ପରୀକ୍ଷା ଦେଇ ୨୫୦ତମ ସ୍ଥାନ ହାସଲ କରିଥିଲେ, ଯାହା ପରେ ସେ ଆଇପିଏସ ହୋଇଗଲେ । ଏବେ ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ଟ୍ରେନିଙ୍ଗ ନେଉଛନ୍ତି । ଆପଣ ଜାଣି ଚକିତ ହୋଇଯିବେ ଯେ, ସେ ଆଇଏଫଏସର ପରୀକ୍ଷା ବି ଦେଇଥିଲେ, ଯେଉଁଥିରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । କିନ୍ତୁ ଆଇଏଏସ ହେବା ଇଚ୍ଛାରେ ସେ ପରୀକ୍ଷା ଦେଲେ ଓ ୧୦ମ ସ୍ଥାନ ହାସଲ କଲେ ।