ବୈଜ୍ଞାନିକ ଚାକିରି ହେଲା ତୁଚ୍ଛ ! ମୋଟା ଅଙ୍କର ଦରମା ଛାଡ଼ି ଗାଁରେ କଲେ ଛେଳି ପାଳନ, ମାସକୁ ଆୟ ପ୍ରାୟ ୧୦ ଲକ୍ଷ

78

ଭାରତରେ ପାଠ ପଢ଼ି ସାରିବା ପରେ ଲୋକମାନେ ଅଧିକ ରୋଜଗାର ପାଇଁ ବାହାରକୁ ଚାଲି ଯାଆନ୍ତି । କେବଳ ଯେ ରୋଜଗାର କରନ୍ତି ତା’ନୁହେଁ ସେଠାରେ ଘରଦ୍ୱାର କରି ରହିଯିବାର ଅନେକ ଉଦାହରଣ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଜିକା ସମୟରେ ପ୍ରାୟ ସମୟରେ ଏପରି କିଛି ଦେଖିବା ପାଇଁ ମିଳୁଛି । ତେବେ ସବୁଲୋକ ଏକା ନୁହଁନ୍ତି । କିଛି ଲୋକଙ୍କ ଥାଏ ଭିନ୍ନ ଧାରଣା । କିଛି ନୂଆ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତି । ଏପରି କିଛି କରିଛନ୍ତି ମହାରାଷ୍ଟ୍ରର ଅଭିଷେକ । ଆମେରିକାରୁ ଚାକରି ଛାଡ଼ି ଭାରତ ଆସିବାର ନିଷ୍ପତ୍ତି ନେଇଥିଲେ ଅଭିଷେକ ଭରାଡ । ଆଉ ଆରମ୍ଭ କରିଥିଲେ ନିଜର ବ୍ୟବସାୟ । ମହାରାଷ୍ଟ୍ରର ବୁଲଢ଼ାଡ଼ା ଜିଲ୍ଲାର ରହୁଥିବା ଅଭିଷେକ ଭରାଡ଼ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି ଛାଡ଼ି ଗାଁ ଆସି ଛେଳି ପାଳନ କରିବା ଆରମ୍ଭ କରିଥିଲେ । ଆଉ ଆଜିକା ସମୟରେ ଏହି ବ୍ୟବସାୟରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ।

ଅଭିଷେକ ପଞ୍ଜାବର ଦେଶମୁଖ କୃଷି ବିଦ୍ୟପୀଠରୁ ୨୦୦୮ରୁ ବିଏସସି ପାସ୍ କରିଥିଲେ । ଆଉ ତା’ପରେ ଆମରିକାର ଲୁଇସିନିଆ ଟେଷ୍ଟ ୟୁନିଭରସିଟିରୁ ପିଜି କରିବା ପରେ ପିଏଚଡ଼ି ପୁରା କରିଥିଲେ । ପିଏଚଡ଼ି ପରେ ବୈଜ୍ଞାନିକ ରୂପରେ ଆମେରିକାରେ ତାଙ୍କୁ ଚାକରି ମିଳିଗଲା । ତେବେ ଚାକରିରି କରିବାର ୨ ବର୍ଷ ପରେ ସେ ଚାକିରି ଛାଡ଼ିଦେଲେ । ଆମେରିକାରୁ ନିଜର ଗାଁ ଫେରି ଆସି ଛେଳି ପାଳନ ଆରମ୍ଭ କରିଥିଲେ ।

ଅଭିଷେକ ୧୨୦ ଛେଳିକୁ ନେଇ ଏଗ୍ରି ବିଜେନସ୍ ଆରମ୍ଭ କରିଲେ । ଧୀରେ ଧୀରେ ଛେଳି ସଂଖ୍ୟା ବଢ଼ିବାରେ ଲାଗିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଆଜି ତାଙ୍କ ପାଖରେ ୩୫୦ରୁ ମଧ୍ୟ ଅଧିକକ ଛେଳି ଅଛନ୍ତି । ତେବେ ସେ ଛେଳିଙ୍କ ଖାଦ୍ୟ ପାଇଁ ୬ ଏକର ଜମିରେ ମକ୍କା ଓ ବାଜରା ପରି ଫସଲ ଲଗାଇଛନ୍ତି । ସେ ଗୋଟିଏ ଛେଳିକୁ ପ୍ରାୟ ୧୦ ହଜରାର ଟଙ୍କାରେ ବିକ୍ରି କରୁଛନ୍ତି । ଆଉ ଏହିପରି ଭାବେ ସେ ମାସକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି । ଏହାସହ ଅଭିଷେକ ଗାଁ ଲୋକଙ୍କୁ ଶିକ୍ଷିତ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଆଉ ଏକ ଗୋଷ୍ଠୀ ତିଆରି କରି ଆଉ ଆଧୁନିକ ଉପାୟରେ କୃଷି କିପରି କରାଯିବ ସେ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି ।