ଅଭିଷେକଙ୍କୁ ମିଳିଲା ବଡ଼ ବଜେଟର ସିନେମା ! ମୁଖ୍ୟ ଭୂମିକାରେ ଅଭିନୟ କରିବେ ଜୁନିୟର ବଚ୍ଚନ

51

ବେଶ କିଛି ଦିନ ହେବ ଜୁନିୟର ବଚ୍ଚନଙ୍କ ଅଭିନୟ ଜୀବନରେ ଭଟ୍ଟା ପଡ଼ିଯାଇଥିଲା । ଲମ୍ବା ସମୟ ଧରି ତାଙ୍କ ହାତକୁ କୌଣସି ଭଲଧରଣର ସିନେମା ଆସିନଥିଲା । ତେବେ ବେଶ କିଛି ଦିନର ବ୍ୟବଧାନରେ ଏବେ ଏକ ବଡ଼ ବଜେଟ ସିନେମାର କାମ କରିବା ପାଇଁ ଅଭିଷେକଙ୍କୁ ସୁଯୋଗ ମିଳିଛି । ଏତେ ଦିନର ଅପେକ୍ଷାର ଅନ୍ତ ହୋଇଛି । ପ୍ରିୟଦର୍ଶନଙ୍କ ସିନେମା ‘ବଚ୍ଚନ ସିଂ’ରେ ଅଭିଷେକ ବଚ୍ଚନଙ୍କୁ ମୁଖ୍ୟ ଅଭିନେତା ଭୂମିକା ପାଇଁ ଅଫର ଦିଆଯାଇଛି । ଏହି ସିନେମାର ସୁଟିଂ ଧର୍ମଶାଳାରେ ୫ ଜୁନରୁ ଆରମ୍ଭ କରାଯିବ ବୋଲି କୁହାଯାଉଛି । ଖବର ଅନୁସାରେ, ଏହି ସିନେମାର ସ୍କ୍ରିପ୍ଟ ତିଆରି ହୋଇସରିଛି । କିନ୍ତୁ ଅଭିନେତ୍ରୀ କିଏ ହେବ ଏଯାଏଁ ଫାଇନାଲ ହୋଇନାହିଁ । ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି ପ୍ରିୟଦର୍ଶନ କହିଛନ୍ତି । ଏହା ହାସ୍ୟରସାତ୍ମକ ସିନେମା ବୋଲି ଜଣାପଡ଼ିଛି ।

ପ୍ରିୟଦର୍ଶନଙ୍କ ୩୬ ବର୍ଷ କ୍ୟାରିୟରେ ଏହା ତାଙ୍କର ୯୩ତମ ସିନେମାରେ ହେବ । ତେବେ ଅଭିଷେକ ୧୧ ବର୍ଷ ପରେ କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଏହା ପୂର୍ବରୁ ଅଭିଷେକ ‘ହାଉସଫୁଲ’ ସିନେମାରେ ନଜର ଆସିଥିଲେ । ଏହା ବ୍ୟତୀତ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କୁ ସିନେ ନିର୍ମାତା ରାଜେଶ ଆର ସିଂ ଏକ ସିନେମାର ଅଫର ଦେଇଛନ୍ତି । ଏହି ସିନେମାରେ ଦୁହେଁ ୮ ବର୍ଷ ପରେ ଏକାଠି ବଡ଼ ପରଦାରେ ନଜରକୁ ଆସିବେ । ଦୁହେଁ ୨୦୧୦ରେ ଫିଲ୍ମ ‘ରାବଣ’ରେ ଏକାଠି କାମ କରି ନଜରକୁ ଆସିଥିଲେ ।

ଯଦି ସବୁକିଛି ଠିକ୍ ରହିଲା ତେବେ ଉଭୟଙ୍କୁ ଏକାସହ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ । କିନ୍ତୁ ଐଶ୍ ସ୍କ୍ରିପ୍ଟ ନେବା ପୂର୍ବରୁ ଭାବିଚିନ୍ତି କି ଗ୍ରହଣ କରିଥାନ୍ତି । ଐଶ୍ୱଙ୍କ ଫିସକୁ ନେଇ ପ୍ରୋଡ୍ୟୁସର ଫସି ଯାଇଛନ୍ତି । ଯେଉଁଥି ପାଇଁ ସିନେମାର କାମ ଆରମ୍ଭ ହୋଇପାରୁ ନାହିଁ ବୋଲି କୁହାଯାଉଛି ।