ଅଭିଷେକ-ଐଶ୍ୱର୍ଯ୍ୟା କିଣିଲେ ନୂଆ ଘର ! ଦାମ ଶୁଣିଲେ ଚକିତ ହେବେ

37

ଷ୍ଟାର ସେଲିବ୍ରିଟିଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବା ପାଇଁ ଦର୍ଶକ ଏବଂ ପ୍ରଶଂସକମାନେ ଖୁବ ଉତ୍ସାହର ସହ ଚାହିଁ ବସିଥାଆନ୍ତି । ଖାସକରି ବଲିଉଡ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ କାହାର ବା ଇଚ୍ଛା ନଥାଏ । ଏପରିକି ତାଙ୍କ ପ୍ରିୟ ଷ୍ଟାର କଣ ପିନ୍ଧନ୍ତି, କଣ ଖାଆନ୍ତି ଏସବୁ ସବୁ ବିଷୟରେ ଜାଣିବା ପାଇଁ ଫ୍ୟାନମାନେ ଖୁବ ଆଗ୍ରହ ଦେଖାଇଥାଆନ୍ତି । ଏହି ସମସ୍ତ ବିଷୟରେ କଳାକାରମାନେ ଜାଣନ୍ତି ତେଣୁ ସେମାନେ ଏହି ରିପୋର୍ଟ ସବୁଠାରେ ଲୋକଲୋଚନକୁ ଆଣିବା ପାଇଁ ପ୍ରକାଶ କରିଥାଆନ୍ତି । ଯେପରି କିଛି ଦିନ ପୂବେ ବିରାଟ ଏବଂ ଅନୁଷ୍କା ନିଜର ନୂଆ ଘର ମୁମ୍ବାଇରେ ଦେଖାଇଥିଲେ । ଏବେ ଐଶ୍ୱର୍ୟ୍ୟା-ଅଭିଶେକଙ୍କ ନୂଆ ଘର ଫଟୋ ବାହାରକୁ ଆସିଛି । ଏହା ମଧ୍ୟ ମୁମ୍ବାଇରେ ଅବସ୍ଥିତ । ବାନ୍ଦ୍ରାର କୁର୍ଲା କମ୍ପଲେକ୍ସରେ ରହିଛି ଅଭିଷେକ ଓ ଐଶଙ୍କ ସ୍ୱପ୍ନର ଘର । ଜାଣନ୍ତି ଏହାର ମୂଲ୍ୟ କେତେ ରହିଛି । ସେ ଯାହା ବି ଏହି କଳାକାର ମାନଙ୍କୁ କିଛି ଫରକ ପଡେ ନାହିଁ । ତାଙ୍କ ପାଇଁ ଏସବୁ ଏତେ ବଡ କଥା ନୁହେଁ ।

ଅଭିଶେକ-ଐଶ୍ୱର୍ୟ୍ୟା ଏହି ଘର ୨୧କୋଟି ଟଙ୍କା ଦେଇ କିଣିଛନ୍ତି । ଏହି ଘର ଦୁହେଁ ୨୦୧୫ରେ କିଣିଥିଲେ । ଏଥିରେ କାହାର ଟଙ୍କା ଅଧିକ ଲାଗିଛି ଏହା ଆମକୁ ଜଣା ନାହିଁ । ସାଢେ ୫ହଜାର ସ୍କୋୟାରଫୁଟରେ ନିର୍ମିତ ହୋଇଛି ଘର । ଅର୍ଥାତ ସ୍କୋୟାରଫୁଟ ପିଛା ୩୫ହଜାର ଟଙ୍କା ମୂଲ୍ୟ ପଡିଛି । ତଲାଟି ଏବଂ ପନ୍ଥକୀ ଆସୋସିଏଟସ ଏହି ଘର ଡିଜାଇନ କରିଛନ୍ତି । ସୋନମ କପୁର ମଧ୍ୟ ଏହି ଠାରେ ଏକ ଘର ବୁକ କରିଛନ୍ତି ।

ଐଶ୍ୱର୍ୟ୍ୟା-ଅଭିଶେକ ଏବେ ମଧ୍ୟ ପୁରୁଣା ଘରେ ଅମିତାଭ ଓ ଜୟାଙ୍କ ସହ ଜଲସାରେ ରହୁଛନ୍ତି । ମାତ୍ର ତାଙ୍କ ପାଖରେ ଆହୁରି ଅନେକ ଠିକଣା ରହିଛି । ବର୍ଲିର ଆନିବେସାନ୍ତ ରୋଡ ସ୍କାଇଲାର୍କ ଟାୱରରେ ମଧ୍ୟ ତାଙ୍କର ଘର ରହିଛି । ଆଉ ଏକ ଘର ଦୁବାଇରେ ମଧ୍ୟ ଅଛି ।