ୱାଘା ନୁହେଁ ବାଟାପୁରରେ ଅଛନ୍ତି ଅଭିନନ୍ଦନ ! ଅଭିନନ୍ଦନଙ୍କ ଭାରତ ଫେରିବା ଆହୁରି ବିଳମ୍ବ ହେବ

255

କନକ ବ୍ୟୁରୋ : ଭାରତର ସାହସୀ ଯବାନ ତଥା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଦେଶକୁ ଫେରିବା ଆହୁରି ବିଳମ୍ବ ହେବ । ଏଯାଏଁ ୱାଘା ବର୍ଡର ପହଞ୍ଚିନାହାନ୍ତି ଭାରତୀୟ ବୀର ଯବାନ ଅଭିନନ୍ଦନ । ଜାତୀୟ ଗଣମାଧ୍ୟମର ପ୍ରସାରିତ ଖବର ଅନୁଯାୟୀ, ଅଭିନନ୍ଦନ ଏବେ ପର୍ଯ୍ୟନ୍ତ ଲାହୋରରେ ରହିଛନ୍ତି । ଏପରିକି ସେ ଏଯାଏଁ ୱାଘା ଆସିନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ଲାହୋର ଠାରୁ ୱାଘା ୨୩ କିଲୋମିଟର ହୋଇଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଅଭିନନ୍ଦନଙ୍କୁ ୱାଘା ବର୍ଡର ଅଣାଯିବ ବୋଲି ଖବର ସାମ୍ନାକୁ ଆସିଛି । ତେବେ ଆଜି ନିଶ୍ଚିତ ଭାବେ ଅଭିନନ୍ଦନଙ୍କୁ ୱାଘା ବର୍ଡର ଅଣାଯିବ । ଏପରିକି ଭାରତୀୟ ହାଇକମିଶନର ମଧ୍ୟ ଅଭିନନ୍ଦନଙ୍କ ସହ ରହିଥିବା ଖବର ସାମ୍ନାକୁ ଆସିଛି । ଏହାସହ ଅଭିନନ୍ଦନଙ୍କୁ ବାଟାପୁର ସେନା କ୍ୟାମ୍ପରେ ମେଡିକାଲ ଯାଞ୍ଚ କରାଯାଉଥିବା ମଧ୍ୟ ଖବର ସାମ୍ନାକୁ ଆସିଛି ।