ଆସିଲା ଅଭିନନ୍ଦନଙ୍କ ଏମଆରଆଇ ରିପୋର୍ଟ ! ମେରୁଦଣ୍ଡରେ ଲାଗିଛି ଗଭିର ଆଘାତ ।

ପାକିସ୍ତାନରେ ୬୦ଘଣ୍ଟା ବିତାଇବା ପରେ ଶୁକ୍ରବାର ନିଜ ଜନ୍ମଭୂମିକୁ ଫେରିଥିଲେ ବୀର ପାଇଲଟ୍ ଅଭିନନ୍ଦନ ।

322

ପାକିସ୍ତାନରେ ୬୦ଘଣ୍ଟା ବିତାଇବା ପରେ ଶୁକ୍ରବାର ନିଜ ଜନ୍ମଭୂମିକୁ ଫେରିଥିଲେ ବୀର ପାଇଲଟ୍ ଅଭିନନ୍ଦନ । ଅଟାରୀ-ଓ୍ଵାଘା ସୀମାରେ ଭାରତବାସୀ ତାଙ୍କର ଭବ୍ୟ ସ୍ୱାଗତ କରିଥିବା ବେଳେ ସେଠାରୁ ତାଙ୍କୁ ଅମ୍ରିତସର ବିମାନବନ୍ଦନରକୁ ଅଣାଯାଇ ବିମାନ ଯୋଗେ ଦିଲ୍ଲୀ ନିଆଯାଇଥିଲା । ଦିଲ୍ଲୀରେ ସେ କିଛି ସମୟ ପାଇଁ ନିଜର ପରିବାର ଲୋକଙ୍କୁ ଭେଟିବା ପରେ ଡ଼ାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଦିଲ୍ଲୀର ଆରଆର୍ ହସ୍ପିଟାଲକୁ ନିଆଯାଇଛି । ପ୍ରଥମ ଦିନର ଚିକିତ୍ସା ପରେ ଏବେ ଅଭିନନ୍ଦନଙ୍କ ଏମଆରଆଇ ରିପୋର୍ଟ ସାମ୍ନାକୁ ଆସିଛି । ଲଢ଼ୁଆ ବିମାନ ଏଫ୍-୧୬କୁ ଆକ୍ରମଣ କରି ମିଗ୍-୨୧ବିମାନରୁ ତଳକୁ ଡ଼େଇଁବା ଫଳରେ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଏହା ସହ ଚିକିତ୍ସା ପରେ ତାଙ୍କ ଶରୀରରେ କୌଣସି ପ୍ରକାରର ଭାଇରସ ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

ସୂଚନା ମୁତାବକ, ପାକିସ୍ତାନର ଲଢ଼ୁଆ ବିମାନ ଏଫ୍-୧୬ ଭାରତକୁ ଆକ୍ରମଣ କରିବା ପାଇଁ ଆସୁଥିବା ସମୟରେ ମିଗ୍-୨୧ ଲଢ଼ୁଆ ବିମାନ ଧରି ତାହାର ସାମ୍ନା କରିଥିଲେ ବୀର ପାଇଲଟ୍ ଅଭିନନ୍ଦନ । କିଛି ସମୟ ମଧ୍ୟରେ ବୀର ପାଇଲଟ୍ ଅଭିନନ୍ଦନ ଏଫ୍-୧୬କୁ ଧ୍ୱଂସ କରି ଦେଇଥିବା ବେଳେ ଅଭିନନ୍ଦନଙ୍କ ମିଗ୍-୨୧ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ସେ ପାକ୍ ସୀମାରେ ପାରାସୁଟରେ ଓହ୍ଲାଇ ଥିଲେ । ତାଙ୍କୁ ଦେଖି ସ୍ଥାନୀୟ ଲୋକେ ମାଡ଼ ମାରିବାରୁ ପାକ୍ ସେନା ତାଙ୍କୁ ଉଦ୍ଧାର କରି ନିଜ କବଜାକୁ ନେଇ ଯାଇଥିଲା ।