ଫେରିଲେ ବୀର ପାଇଲଟ୍ । ୱାଘା ବର୍ଡରରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ, ପ୍ରତ୍ୟାବର୍ତ୍ତନ ପାଇଁ ଚାଲିଛି କାଗଜପତ୍ର ପ୍ରକ୍ରିୟା । 

574

କନକ ବ୍ୟୁରୋ : ଆସୁଛନ୍ତି ଅଭିନନ୍ଦନ । ୱାଘା ବର୍ଡରରେ ପହଞ୍ଚିଲେ ବୀର ପାଇଲଟ୍ ଅଭିନନ୍ଦନ । ବର୍ତ୍ତମାନ ପାକିସ୍ତାନ ସୀମାରେ ସେ ପହଞ୍ଚିଥିବା ଜଣାପଡିଛି । ଅଭିନନ୍ଦନଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କାଗଜପତ୍ର ପ୍ରକ୍ରିୟା ଜାରି ରହିଛି । ଆଉ କିଛି ସମୟ ମଧ୍ୟରେ ଭାରତ ମାଟି ଛୁଇଁବେ ଇଣ୍ଡିଆନ୍ ଏୟାର ଫୋର୍ସର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଅଣାଯାଇ ପଞ୍ଜାବର ଓ୍ଵାଘା ସୀମା ଚେକ୍‌ ପୋଷ୍ଟରେ ପହଞ୍ଚାଯାଇଛି। ବର୍ତ୍ତମାନ ଆନୁଷ୍ଠାନିକ ଭାବେ ପାକ୍‌ କର୍ତ୍ତୃପକ୍ଷ ଭାରତକୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିବେ । ତାଙ୍କୁ ସ୍ୱାଗତ କରିବା ପାଇଁ ଅଟାରୀ ବର୍ଡର ଠାରେ ପହଞ୍ଚିଛନ୍ତି ବାୟୁସେନାର ବରିଷ୍ଠ ଅଧିକାରୀ । ସେନାର ୪ଟି ଗାଡି ମଧ୍ୟ ଅଟାରୀ ବର୍ଡରରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଆଉ କିଛି ସମୟ ମଧ୍ୟରେ ଭାରତ ବର୍ଡର ଠାରେ ପହଞ୍ଚିବେ ପାଇଲଟ୍ ଅଭିନନ୍ଦନ । ବର୍ଡର ଠାରେ ଜନଗହଳି ଦେଖିବାକୁ ମିଳିଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । 

ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ  ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।