କୁଆଡ଼େ ଗଲେ ବୈଜୟନ୍ତଙ୍କ ବନ୍ଧୁ ଆୟାର ! ଆସନ୍ତା କାଲି ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ହୋଇଛି ନୋଟିସ୍ ।

25

କନକ ବ୍ୟୁରୋ: ଆସନ୍ତାକାଲି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବେ କି ଆୟାର । ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରିଛି । କାରଣ ଓଡିଶାର କଳା ସଂସ୍କୃତି ଏବଂ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାରଙ୍କ ପତ୍ତା ମିଳୁନି । ଆସନ୍ତାକାଲି ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ଅଭିଜିତଙ୍କୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ  ଅଭିଜିତ୍ ଓଡ଼ିଶା ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କମିଟି ଆଗରେ ହାଜିରା ପାଇଁ ଅଭିଜିତ୍ ପୁରୀ ଏସପିଙ୍କଠାରୁ ପୂର୍ବରୁ ସୁରକ୍ଷା ମାଗି ସାରିଥିବାରୁ ପୁଲିସ ଦ୍ୱନ୍ଦରେ ପଡ଼ିଯାଇଛି ।

ସେପଟେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଦ୍ଧି ଗତ ୫ ତାରିଖରୁ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ୍ ସର୍ବଶ୍ରେଷ୍ଠ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କ ଜାମିନ୍ ଆବେଦନ ଶୁଣାଣି କରି ଟିପ୍ପଣୀ ଦେଇଥିଲେ । କୋର୍ଟ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ୫ ତାରିଖରେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବା କଥା । ମାତ୍ର ଅଭିଜିତ୍ ହାଜର ନ ହୋଇ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ଏବେ ଆସନ୍ତା କାଲି ସେ ଗୃହ କମିଟିରେ ଅଭିଜିତ୍ ହାଜର ନ ହେବା ନେଇ ପ୍ରଶ୍ନବାଚୀ ଉଠିଛି ।

ତେବେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ର ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଆୟାରଙ୍କୁ ଭର୍ତ୍ସନା କରିଥିଲେ । ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଦର୍ଶାଇ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଅଭିଜିତଙ୍କ ବେଲ୍ ନାମଞ୍ଜୁର ମଧ୍ୟ କରିଥିଲେ । କିଭଳି ଜଣେ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ପ୍ରତିବାଦର ସ୍ୱର ଉଠିଥିଲା ହେଲେ ପୂର୍ବରୁ କୋଣାର୍କ ଥାନାରେ ହାଜର ନହେବାରୁ ଗତକାଲି ତାଙ୍କ ଆସିବା ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।