ଅଭିଜିତଙ୍କୁ ମିଳିଲା କ୍ଷମା ! ନିଃସର୍ତ କ୍ଷମା ପ୍ରାର୍ଥନା ପରେ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

177

କନକ ବ୍ୟୁରୋ : ଶେଷରେ ଅଭିଜିତ୍ ଆୟାରଙ୍କୁ କ୍ଷମା କଲେ ରାଜ୍ୟ ସରକାର । ଜେଲରୁ ମୁକୁଳିବେ ଅଭିଜିତ୍ ଆୟାର ମିତ୍ର । ଅଭିଜିତଙ୍କ ବିରୋଧରେ ହେବନାହିଁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଭିଜିତ୍ ଆୟାରଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ହେବ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

ତେବେ ଅଭିଜିତଙ୍କ ଆବେଦନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ମାମଲା ପ୍ରତ୍ୟାହାର କରିବା ନିମନ୍ତେ ପୂର୍ବରୁ ଆବେଦନ କରିଥିଲେ ଅଭିଜିତ । ରାଜ୍ୟ ସରକାରଙ୍କୁ ଏନେଇ ସେ ଚିଠି ମଧ୍ୟ ଲେଖିଥିଲେ । ପୂର୍ବରୁ ନିଜ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଥିଲେ । ଓଡିଶାବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ନଭେମ୍ବର ୧୬ରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲେ । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ରାଜ୍ୟ ସରକାର ଅଭିଜିତ ଆୟାରଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ ହୋଇଥିଲେ ଅଭିଜିତ୍ ଆୟାର ମିତ୍ର ।