ଆୟାର ମୁକୁଳିବାର ବାଟ ଫିଟିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଣାର୍କ ଜେଏମ୍ଏଫସି କୋର୍ଟରୁ ମିଳିଲା ଜାମିନ୍ ।

ଅତୀତରେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଶେଷରେ ଜାମିନ ଜାମିନ୍ ଦେଇଛନ୍ତି କୋଣାର୍କ ‘ଜେଏମ୍ଏଫସି କୋର୍ଟ ।

82

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ ମିଳିଲା ଜାମିନ । ଅତୀତରେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଶେଷରେ ଜାମିନ ଜାମିନ୍ ଦେଇଛନ୍ତି କୋଣାର୍କ ‘ଜେଏମ୍ଏଫସି କୋର୍ଟ । ଭବିଷ୍ୟତରେ ଆଉ ଥରେ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ ରଖି ଅଭିଜିତଙ୍କୁ ଜାମିନ୍ ଦେଇଛନ୍ତି କୋର୍ଟ । ସୂଚନାଯୋଗ୍ୟ ଅଭିଜିତ ଆୟରଙ୍କୁ ଜାମିନ ଦେବାକୁ କାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିଜ ରାୟରେ ଆବଶ୍ୟକ ସର୍ତ୍ତ ରଖି ଜାମିନ ଦେବାକୁ କହିଥିଲେ।

ଅଭିଜିତ ଆୟାରଙ୍କୁ ଅତୀତରେ ହୋଇଥିବା ପୂରା ଘଟଣାକୁ ଯଦି ଅନୁଧ୍ୟାନ କରାଯାଏ । ତା’ହେଲେ ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ । ଏ ନେଇ କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲେ । ଏହାପରେ ଅଭିଜିତ୍ ଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଥିଲା ।

ଅନ୍ୟପଟେ ଅଭିଜିତ୍ କୋଣାର୍କ ମନ୍ଦିର,  ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆେବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ। ଏହାପରେ ଅକ୍ଟୋବର ୨୩ ତାରିଖ ଦିନ ଗୃହ କମିଟିରେ ହାଜର ହେବା ପରେ ଅଭିଜିତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।