ଝାରପଡା ଜେଲରେ ଆୟାରଙ୍କ ଓକିଲ । ଜାମିନ୍ ଆବେଦନ ପାଇଁ ଭେଟିବାକୁ ଚାହୁଁଥିଲେ । ହେଲେ ଅଭିଜିତ ନଥିବାରୁ ହୋଇପାରିଲାନି ସାକ୍ଷାତ

30

କନକ ବ୍ୟୁରୋ: ଝାରପଡା ଜେଲରେ ଅଭିଜିତ୍ ଆୟାରଙ୍କ ଓକିଲ । କୋଣାର୍କ, ଶ୍ରୀଜଗନ୍ନାଥ ଓ ବିଧାୟକଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାରଙ୍କ ଓକିଲ ତାଙ୍କୁ ଭେଟିବାକୁ ଝାରପଡା ଜେଲରେ ପହଁଚିଥିଲେ । ଅଭିଜିତଙ୍କ ରିମାଣ୍ଡ ଅବଧି ସରିବା ପରେ ଜାମିନ୍ ଆବେଦନ କରାଯିବ । ତାଙ୍କ ନାଁରେ ୨ଟି ଥାନାରେ ଥିବା ମାମଲାରେ ଜାମିନ ଆବେଦନ କରାଯିବ । ତେଣୁ ଅଭିଜିତଙ୍କୁ ଭେଟିବାକୁ ଝାରପଡା ଜେଲକୁ ଯାଇଥିଲେ ତାଙ୍କ ଓକିଲ ।

କିନ୍ତୁ ଜେଲର ନଥିବା ଯୋଗୁ ଅଭିଜିତଙ୍କ ସହ ସାକ୍ଷାତ ହୋଇ ପାରିଲା ନାହିଁ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଆଜିଠାରୁ ଅଭିଜିତ କୋଣାର୍କ ପୋଲିସ ହେପାଜତକୁ ଚାଲିଯିବେ । ୪ ଦିନିଆ ରିମାଣ୍ଡରେ ନେଇ ଆୟାରଙ୍କୁ ପଚରାଉଚରା କରିବ କୋଣାର୍କ ପୋଲିସ । କୋଣାର୍କ ପୋଲିସ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲେ ବି କୋର୍ଟ ୪ ଦିନ ଲାଗି ଅନୁମତି ଦେଇଥିଲେ ।

ଅଭିଜିତ କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଫଳରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ସେ ଏଭଳି ମନ୍ତବ୍ୟ ଦେବାବେଳେ ତାଙ୍କ ସହ କିଏ ଥିଲେ । କେହି ତାଙ୍କୁ ଏଭଳି ମନ୍ତବ୍ୟ ଦେବାକୁ ପ୍ରବର୍ତାଇଥିଲେ କି । ସେ ନେଇ ଖୋଳତାଡ କରିବ କୋଣାର୍କ ପୋଲିସ ।