ବିଧାନସଭା ଗୃହ କମିଟିରେ ହାଜର ହେଲେ ଅଭିଜିତ ଆୟାର : ଦାଖଲ କରିଲେନି ସତ୍ୟପାଠ, ମାଗିଲେ ସମୟ

ବିରୋଧୀ ଦଳ ନେତା କହିଲେ, ଆସନ୍ତାକାଲି ଶେଷ ସୁଯୋଗ

93

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୁଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ବିଧାନସଭା କମିଟି ଆଗରେ ହାଜର ହୋଇଛନ୍ତି । ବିଧାନସଭା ଗୃହ କମିଟିରେ ସେ ଦ୍ୱିତୀୟ ଥର ପାଇଁ ହାଜର ହୋଇଛନ୍ତି । ସେ କମିଟି ଆଗରେ ଆଜି ସତ୍ୟପାଠ ଦାଖଲ କରିନଥିବା ବେଳେ ଏଥିପାଇଁ ସମୟ ମାଗିଛନ୍ତି । ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆସନ୍ତାକାଲି ସତ୍ୟପାଠ ଦାଖଲ କରିବାର ଶେଷ ସୁଯୋଗ । 

ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ । ଅଜ୍ଞାତସ୍ଥାନରେ ଦୀର୍ଘ ସମୟ ପରେ ଜେରା ପରେ ଅଭିଜିତ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା ।

ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ । ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥଲା ।

ମତାମତ

Your email address will not be published.