ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟାର । ସ୍ୱାଧୀକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗରେ ଅକ୍ଟୋବର ୧୧ରେ ହାଜର ନେଇ ହେବ ନୋଟିସ

46

କନକ ବ୍ୟୁରୋ : ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟାର ମିିତ୍ର । ଅଭିଜିତ ଆୟାର ମିତୟଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗରେ ବିଧାନସଭା ଗୃହ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଅଭିଜିତଙ୍କୁ ହାଜର ହେବାକୁ ଗୃହ କମିଟି ନୋଟିସ କରିବ । ଅକ୍ଟୋବର ୧୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ୧୧ ତାରିଖ ଦିନ ୧୧ଟାରେ ବିଧାନସଭାରେ ୫୫ ନମ୍ବର ପ୍ରକୋଷ୍ଠରେ ହାଜର ହେବାକୁ ନୋଟିସ କରାଯିବ । ଗୃହ କମିଟି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସ୍ୱାଧୀକାର ଭଙ୍ଗ ନେଇ ହୋଇଥିବା ଅଭିଯୋଗରେ ସତ୍ୟତା ଅଛି । ଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ କରାଯବ ବୋଲି ନରସିଂହ କହିଛନ୍ତି ।

 

ଅଭିଜିତ କୋଣାର୍କ ମନ୍ଦିରରେ ଥିବା ଚିତ୍ର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । କେବଳ ସେତିକି ନୁହେଁ ବରଂ ଓଡିଶା ବେଙ୍ଗଲର ଅଂଶ ବିଶେଷ । ଏହାସହ ଆହୁରି ଜଗନ୍ନଥ ମନ୍ଦିର ପ୍ରସଙ୍ଗରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ତେବେ ଏହି କଥା ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଓଡିଶାର ଲୋକମାନେ ନାପସନ୍ଦ କରିବା ସହ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବୀ କରିଥିଲେ । ପରେ ତାଙ୍କୁ ଦିଲ୍ଲୀରୁ ଓଡିଶା ପୋଲିସ ଗିରଫ କରିଥିଲା । କିନ୍ତୁ ପରେ ଆବଶ୍ୟକୀୟ ପ୍ରମାଣ ନଥିବାରୁ ସେଠାରେ ହିଁ ତାଙ୍କୁ ଜାମିନ ମିଳିଥିଲା । ଅଭିଜିତ ପୂର୍ବରୁ ମଧ୍ୟ ଓଡିଶାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।