ଶ୍ରୀମନ୍ଦିରରେ ଏଣିକି ମନଇଛା ବିକିପାରିବେନି ଅବଢ଼ା : ଆନନ୍ଦବଜାରରେ ଲାଗିଲା ଅବଢ଼ାର ଦର ତାଲିକା, ଥାଳି ପିଛା ଶ୍ରଦ୍ଧାଳୁ ଦେବେ ଦାମ୍

76

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସେବାୟତମାନେ ଏଣିକି ମନଇଛା ଦରରେ ଅବଢ଼ା ବିକ୍ରି କରିପାରିବେନି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନନ୍ଦବଜାରରେ ଲାଗିଲା ଅବଢ଼ାର ଦର ତାଲିକା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ଆନନ୍ଦବଜାର ଶୃଙ୍ଖଳା କମିଟିର ନିଷ୍ପତି ଅନୁସାରେ ଏହି ତାଲିକା ଲାଗିଛି । ଆନନ୍ଦବଜାରରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ବିକ୍ରିବେଳେ ସେବାୟତମାନେ ମନଇଛା ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା । ତେବେ କୌଣସି ସୁଆର ସେବକ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ଅବଢ଼ା ବିକ୍ରି କଲେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉତ୍ତମ ଚାଉଳ ବାସୁମତୀରେ ତିଆରି ଅବଢ଼ାର ମୂଲ୍ୟ :
ବାଇହାଣ୍ଡି – ୧୬୦୦
ଦାସିଆ ହାଣ୍ଡି – ୯୦୦
ବଡ଼ମଠ କୁଡ଼ିଆ-୫୦୦
ମଠ କୁଡ଼ିଆ – ୨୦୦
ଚକାନମ୍ବରୀ କୁଡ଼ିଆ -୧୫୦
ଜଳା କୁଡ଼ିଆ ୬୦୦
ଭାତ କୁଡ଼ିଆ -୬୦

ମଧ୍ୟମ ଚାଉଳ ଅନ୍ନରେ ତିଆରି ଅବଢ଼ାର ମୂଲ୍ୟ –
ଜାଇ ହାଣ୍ଡି -୧୪୦୦
ଦାସିଆ ହାଣ୍ଡି -୭୦୦
କଳା ମଠ କୁଡ଼ିଆ – ୨୦୦
ମଠ କୁଡ଼ିଆ – ୧୨୦

ସ୍ପେଶାସ
ଜାଇ ଘିଅ ଅନ୍ନଥାଳି – ୩୦୦୦
ଦାସିଆ ହାଣ୍ଡି ଥାଳି -୨୦୦୦

ସେପଟେ ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବି ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି ସହ ସୁପ୍ରିମକୋର୍ଟ ଦେଇଥିବା ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରିବେ । ଆମିକସକ୍ୟୁାରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ତାରିଖରେ ପରବର୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ସଂସ୍କାର ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । କେଉଁ ପ୍ରସ୍ତାବକୁ ବିରୋଧ ହେଉଛି ଓ କାହିଁକି ବିରୋଧ ହେଉଛି ସେ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ଆମିକସକ୍ୟୁରୀ ।