ଖୋଲିବ ଅଲକାଏଦା ଆତଙ୍କବାଦୀର ଗୁମର : ଆଜି ଦ୍ୱିତୀୟ ଦିନରେ ଅବଦୁର ରେହହେମାନକୁ ଜେରା କରିବ କ୍ରାଇମବ୍ରାଂଚ୍

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଦ୍ୱିତୀୟ ଦିନରେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହହେମାନକୁ ଜେରା କରିବ କ୍ରାଇମବ୍ରାଂଚ୍ । ଅବଦୁର ରେହହେମାନକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଥିବା ବେଳେ ଗତକାଲି ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କ୍ରାଇମବ୍ରାଂଚ୍ ପକ୍ଷରୁ ସୂଚନା ଦିଆଯାଇଛି । କାଲି କ୍ରାଇମବ୍ରାଂଚ୍ ସ୍ପେଶାଲ ଡିଜି ବି.କେ ଶର୍ମା ଏବଂ ଏସଡିଏଫ ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ତାକୁ ଜେରା କରାଯାଇଥିଲା । ଆତଙ୍କବାଦୀ ଅବଦୁର ରେହମାନକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ସାଲେପୁର ଜେଏମଏଫଏସି କୋର୍ଟ ଅନୁମତି ଦେଇଥିଲେ । ତିହାର ଜେଲରୁ କଡା ସୁରକ୍ଷା ଭିତରେ ରେହମାନକୁ ଓଡିଶା ଅଣାଯାଇ ସାଲେପୁର କୋର୍ଟରେ ହାଜର କରାଯାଇଥିଲା ।

ଓଡିଶାରେ ଆତଙ୍କବାଦୀ ଲିଙ୍କ ନେଇ ରେହମାନକୁ ପଚରାଉଚରା କରୁଛି କ୍ରାଇମବ୍ରାଂଚ । କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ମୌଲାନା ଅବଦୁର ରେହହେମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ରେହମାନର ଆତଙ୍କବାଦୀ ଲିଙ୍କ୍ ନେଇ ଖବର ପାଇ ଦିଲ୍ଲୀ ପୁଲିସ କମିଶନରେଟ ପୁଲିସ ସହାୟତାରେ ଗିରଫ କରିଥିଲା । ରେହମାନ ଟାଙ୍ଗୀରେ ଏକ ମଦ୍ରାସା କରି ସେଠାରେ ପଢୁଥିବା ପିଲାଙ୍କୁ ଆତଙ୍କବାଦ ବାବଦରେ ପ୍ରୋତ୍ସାହନ ଦେଉଥିଲେ । ଏହାସହ ସେ ଅଲକାଏଦାରେ ନିଯୁକ୍ତି ଦେଉଥିଲା ।