ରିମାଣ୍ଡରେ ଆସିବ ଆତଙ୍କବାଦୀ ଅବଦୁଲ ରେହମାନ:ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି

46

ସାଲେପୁର :  ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ନେବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ମିଳିଛି û ରେହମାନକୁ ରିମାଣ୍ଡରେ ଆଣିବାକୁ କ୍ରାଇବ୍ରାଂଚ ଏସଟିଏଫ ପକ୍ଷରୁ ସାଲେପୁର ଜେଏମଏଫସି କୋର୍ଟରେ ରିମାଣ୍ଡ ଆବଦେନ ହୋଇଥିଲା । କୋର୍ଟ ଏହି ରିମାଣ୍ଡ ଆବେଦନକୁ ଗ୍ରହଣ କରିବା ସହ ୧୫ ଦିନରେ ରିମାଣ୍ଡରେ ଦେବାକୁୁ ଦିଲ୍ଲୀ ତିସହଜାରୀ କୋର୍ଟକୁ ସୁପାରିସ କରିଛନ୍ତି । ମେ୨୫ରୁ ୧୫ ଦିନ ପାଇଁ ରିମାଣ୍ଡରେ ଦେବାକୁ ସୁପାରିସ କରିଛନ୍ତି । ରେହମାନକୁ କେତେ ଦିନ ରିମାଣ୍ଡରେ ଦେବେ ତାହା ଦିଲ୍ଲୀ କୋର୍ଟ ନିଷ୍ପତି ନେବେ । ବର୍ତମାନ ରେହମାନ ଝାରଖଣ୍ଡ ପୁଲିସ ରିମାଣ୍ଡରେ ଅଛି ।