ଜେରା ବେଳେ ଅବଦୁର ରେହମାନର ଚାଂଚଲ୍ୟକର ଖୁଲାସା : କାନ୍ଦାହାର ବିମାନ ଅପହରଣରେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିଲା ରେହମାନ

10

କଟକ ବ୍ୟୁରୋ, କନକ ନ୍ୟୁଜ୍ : ୧୦ ଦିନିଆ ରିମାଣ୍ଡରେ ଆଣି ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଜେରା କରୁଛି କ୍ରାଇମବ୍ରାଂଚ ଏସଟିଏଫ । ଜେରା ବେଳେ ଅବଦୁର ରେହମାନ ଚଂଚଲ୍ୟକର ଖୁଲାସା କରିଛି । କାନ୍ଦାହାର ବିମାନ ଅପହରଣର ଅପହର୍ତାଙ୍କୁ ଆଶ୍ରୟ ଦେଇଥିଲା ରେହମାନ , କଟକରେ ଅଭିଯୁକ୍ତମାନଙ୍କୁ ଲୁଚାଇ ରଖିଥିବା ନେଇ ନିଜେ ସ୍ୱୀକାର କରିଛି । ଏହାସହ ଅଲକାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ରେହମାନର ସମ୍ପର୍କ ରହିଛି । ଜେରା ସମୟରେ ରେହମାନ ଏସବୁ ଖୁଲାସା କରିଥିବା ନେଇ କ୍ରାଇମବ୍ରାଂଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ରେହମାନକୁ ପାଣ୍ଠି ଯୋଗାଣ ନେଇ କ୍ରାଇମବ୍ରାଂଚ ଖୋଳତାଡ ଆରମ୍ଭ କରିଛି ।