ସାଲେପୁର କୋର୍ଟରେ ଅବଦୁର ରେହମାନ ହାଜର : ତିହାର ଜେଲରୁ ଅଣାଯାଇ ସାଲେପୁର ଜେଏମଏଫସିରେ ହାଜର

37

କନକ ବ୍ୟୁରୋ : ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ସଦସ୍ୟ ଅବଦୁର ରେହମାନଙ୍କୁ ଆଜି ସାଲେପୁରର ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ଦିଲ୍ଲୀର ତିହାର ଜେଲରୁ ଆଣି ଆଜି ରେହମାନଙ୍କୁ କୋର୍ଟରେ ହାଜର କରାଯାଇଛି । ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଜଗତପୁର ଥାନାରେ ରୁଜୁ ମାମଲାରେ ରେହମାନକୁ ହାଜର କରାଯାଇଛି । ଅଲ-କାଏଦା ସହ ସମ୍ପର୍କ ଅଭିଯୋଗରେ ରେହମାନକୁ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁରର ଥାନା ସାତବାଟିଆ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଟାଙ୍ଗୀ ଅଂଚଳରେ ରେହମାନ ବେଆଇନ ମଦ୍ରାସା ଚଳାଉଥିଲା । ପଡୋଶୀ ଝାଡଖଣ୍ଡ ଓ ଅନ୍ୟ ଅଂଚଳରୁ ପିଲା ଆଣି ଆତଙ୍କବାଦ ପାଠ ପଢାଉଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –