ଅବଦୁର ରେହମାନକୁ ନିଆଗଲା ସାଲେପୁର କୋର୍ଟ : ଓଡିଶାର ଆତଙ୍କବାଦୀ ଲିଙ୍କ୍ ନେଇ ଜେରା କରିବ କ୍ରାଇମବ୍ରାଂଚ

32

ସାଲେପୁର : ଓଡିଶାରେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ । ରେହମାନକୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଂଚର ଏସଟିଏଫ୍ । ତିହାର ଜେଲରୁ କଡା ସୁରକ୍ଷା ଭିତରେ ରେହମାନଙ୍କୁ ଓଡିଶା ଅଣାଯାଇଛି । ଆଜି ତାଙ୍କୁ ସାଲେପୁର କୋର୍ଟରେ ହାଜର କରିବ ଏସଟିଏଫ । ଏହାପରେ ତାକୁ ରିମାଣ୍ଡରେ ନେଇ ଓଡିଶାର ଆତଙ୍କବାଦୀ ଲିଙ୍କ ନେଇ ଜେରା କରିବ କ୍ରାଇମବ୍ରାଂଚ ଏସଟିଏଫ । କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ମୌଲାନା ଅବଦୁର ରେହମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ରେହମାନର ଆତଙ୍କବାଦୀ ଲିଙ୍କ ନେଇ ଖବର ପାଇ ଦିଲ୍ଲୀ ପୁଲିସ କମିସନରେଟ ପୁଲିସ ସହାୟତାରେ ଗିରଫ କରିଥିଲା । ରେହମାନ୍ ବାଙ୍କୀରେ ଏକ ମଦ୍ରାସା କରି ସେଠାରେ ପଢୁଥିବା ପିଲାଙ୍କୁ ଆତଙ୍କବାଦ ବାବଦରେ ପ୍ରୋତ୍ସାହନ ଦେଉଥିଲା । ଏହାସହ ସେ ଅଲକାଏଦାରେ ନିଯୁକ୍ତି ଦେଉଥିଲା ।