ମିସାଇଲ୍ ମ୍ୟାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ! ଭଦ୍ରକ ଜିଲ୍ଲା ଅନ୍ତର୍ଗତ ହ୍ୱିଲର ଦ୍ୱୀପର ନାଁ ରଖାଗଲା ଏପିଜେ ଅବଦୁଲ କଲାମ୍

26

କନକ ବ୍ୟୁରୋ : ଆନୁଷ୍ଠାନିକ ଭାବେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ହ୍ୱିଲର ଦ୍ୱୀପକୁ ଏପିଜେ ଅବଦୁଲ କଲାମ ଦ୍ୱୀପ ନାଁ ଦିଆଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଥିବା ବେଳେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏନେଇ ଓଡିଶା ଗାଜେଟରେ ପ୍ରକାଶ ପାଇଥିବା ସୂଚନା ଦେଇଛନ୍ତି । ଏହାର ଏକ ନକଲ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଅବସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଂଝଳି ଜଣାଇବା ସହ ତାଙ୍କ କର୍ମମୟ ଜୀବନର ଅଧିକାଂଶ ସମୟ ଓଡିଶାରେ ବିତାଇଛନ୍ତି । ଭଦ୍ରକ ସହ କଲାମଙ୍କର ଭାବଗତ ସଂପର୍କ ଥିଲା ବୋଲି ନବୀନ କହିଛନ୍ତି । କ୍ଷେପଣାସ୍ତ୍ର ଘାଟି ଚାନ୍ଦିପୁର ଓ ହ୍ୱିଲର ଦ୍ୱୀପରେ ଥିବାରୁ ମିସାଇଲ୍ ମ୍ୟାନ ଭାବେ ଜଣାଶୁଣା ଏହି ବୈଜ୍ଞାନିକ ଅଧିକାଂଶ ସମୟରେ ବାଲେଶ୍ୱରରେ ସମୟ କଟାଉଥିଲେ । କଲାମ ମଧ୍ୟ ବହୁ ସମୟରେ ଓଡିଶା ସହ ଥିବା ତାଙ୍କ ସଂପର୍କର କଥା କହୁଥିଲେ ।