୧୯୬୭ ମସିହା ସେପ୍ଟେମ୍ବର ମାସରେ ଶତ୍ରୁଦେଶ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ନେଇ ଭାରତ ଉପରେ ଅଚାନକ ଆକ୍ରମଣ କରିଥିଲା ପ୍ରତିଉତ୍ତରରେ ଭାରତ ମଧ୍ୟ ଏହି ଆକ୍ରମଣକୁ ଅସଫଳ କରିବା ପାଇଁ ପୂର୍ବ ପ୍ରସ୍ତୁତି କରିସାରିଥିଲା । ଏହି ଯୁଦ୍ଦରେ ବୀର ଯବାନ୍ ଅବଦୁଲ୍ ହମିଦ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ୍ ଗର୍ବ ଅନୁଭବ କରିବେ ।

୧୯୬୭ ମସିହା ଯୁଦ୍ଧରେ ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କଲା ବୀର ସୂପୁତ୍ର ଅବଦୁଲ୍ ହମିଦ ସେନା ତରଫରୁ ମୁଖ୍ୟ ଭୂମିକା ନେଇଥିଲେ । ସେପ୍ଟେମ୍ବର ମାସ ୮ ତାରିଖ ରାତିରେ ଅବଦୁଲ୍ ହମିଦ ପଞ୍ଜାବର ଖେମ୍କରଣ ସେକ୍ଟରରେ ନିଯୁକ୍ତ ଥିଲେ, ଏହି ମୋର୍ଚାରେ ପାକିସ୍ତାନ ନିଜର ଅପରାଜୟ ମାନୁଥିବା ଆମେରିକୀୟ ଟ୍ୟାଙ୍କ ପେଟନକୁ ଯୁଦ୍ଧରେ ଓହ୍ଲାଇଥିଲା । ବୀର ସୂପୁତ୍ର ଅବଦୁଲ୍ ହମିଦ ମଧ୍ୟ ଖୁବ୍ ସାହସିକତାର ସହ ଏହି ମୋର୍ଚାର ଅଧ୍ୟକ୍ଷତା ନେଇଥିଲେ, ଯଦିଓ ତାଙ୍କ ପାଖରେ କୋ÷ଣସି ହତିଆର ନଥିଲା କିନ୍ତୁ ତାଙ୍କର ଧର୍ଯ୍ୟ ଓ ସାହାସିକତା ତାଙ୍କୁ ଯୁଦ୍ଧରେ ବିଜୟ ଆଣିଦେଇଥିଲା । ହମିଦ୍ ନିଜ ଜୀବନକୁ ଖାତିର ନକରି ପାକ୍ ଟ୍ୟାଙ୍କର ସାମ୍ନା କରିଥିଲେ । ସେତେବେଳେ ତାଙ୍କ ପାଖରେ ଖାଲି ମାଉଣ୍ଟେଡ ଜିପ୍ ଥିଲା, କିନ୍ତୁ ତାଙ୍କର ଚତୁର ବୁଦ୍ଧିମତା ଯୋଗୁଁ ସେ ପାକ୍ ଟ୍ୟାଙ୍କର ଦୁର୍ବଳତାକୁ ବାରି ପାରିଥିଲେ ।

ହମିଦ୍ ନିଜ ଚପଳତାର ଉପଯୋଗ କରି ଟ୍ୟାଙ୍କର ସେହି ଦୁର୍ବଳତା ଗୁଡିକ ଉପରେ ଆକ୍ରମଣ କରିଥିଲେ ଓ ଗୋଟିଏ ପରେ ଗୋଟିଏ ପାକ୍ ଟ୍ୟାଙ୍କ୍ କୁ ଅକାମି କରିଦେଇଥିଲେ । ଏହା ଭାରତୀୟ ସେନା ମଧ୍ୟରେ ଉତ୍ତେଜନା ବଢାଇଦେଇଥିଲା । ଏହିପରି ଭାବରେ ହମିଦ୍ ପାକର ୮ ଟି ଟ୍ୟାଙ୍କକୁ ଅକାମି କରିଦେଇଥିଲେ । ହମିଦ୍ ଏବଂ ତାଙ୍କ ସାଥି ଭାରତୀୟ ସେନା ଆଗରେ ପାକ୍ ପରାଜୟ ହୋଇ ପଳାୟନ କରୁଥିବା ସମୟରେ ହମିଦ୍ ତାଙ୍କ ପିଛା କରିଥିଲେ । ଠିକ୍ ଏହି ସମୟରେ ଏକ ବୋମା ତାଙ୍କ ଜିପ୍ ତଳକୁ ଆସିଯାଇଥିଲା ଯାହା ଫୁଟିବା ଫଳରେ ହମିଦ୍ ଗୁରୁତର ଆହତ ହୋଇଯାଇଥିଲେ ଏବଂ ସେପ୍ଟେମ୍ବର ୧୦ ତାରିଖରେ ସେ ବୀରଗତି ପ୍ରାପ୍ତ କରିଥିଲେ । ତାଙ୍କ ମୃତ୍ୟୁର ଉପରାନ୍ତରେ ସରକାର ତାଙ୍କ ସମ୍ମାନରେ ତାଙ୍କୁ ମହାବୀର ଚକ୍ର ଓ ସେନାର ସର୍ବୋଚ୍ଚ ପ୍ରତିନିଧି ଭାବେ ପରମବୀର୍ ଚକ୍ରରେ ସମ୍ମାନିତ କରିଥିଲେ ।