ଅବଢା ଦର କେତେ ହେବ ରୋଷେଇ କରି ସ୍ଥିତି ପରଖିଲା ମନ୍ଦିର ପ୍ରଶାସନ ।

ତେବେ ଥାଳି ଅନୁଯାୟୀ ମହାପ୍ରସାଦର ମୂଲ୍ୟ ନିର୍ଧାରିତ କରାଯିବ । ଏଥିରେ ତିନି ପ୍ରକାର ମହାପ୍ରସାଦ ଥାଳି ରହିବ ।

180

ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ଆଜି ଅବଢ଼ା ରୋଷେଇ ହୋଇଛି । ପୂର୍ବ ନିଷ୍ପତି ମୁତାବକ ଆଜି ଶ୍ରୀମନ୍ଦିର କୋଠଭୋଗ ରୋଷଶାଳାରେ ଏହି ରୋଷେଇ କରାଯାଇଛି । କେଉଁ ସମୟରେ ଟିକେଟ ଦର୍ଶନ କରାଯିବ ଏବଂ ମହାପ୍ରସାଦକୁ ନେଇ କେଉଁ ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପହିଲି ଭୋଗକୁ ନେଇ ଆଜି ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନୀତି ଶୃଙ୍ଖଳିତ ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଛି ।  ସବିଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଆନନ୍ଦ ବଜାରରେ ଖୋଲିବ ଅଭିଯୋଗ ପ୍ରକୋଷ୍ଟ । ତେବେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଚୁଡାନ୍ତ ମୋହର ଲାଗିବା ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା କୁଡୁଆ ଚିତ୍ର ସହ ମୂଲ୍ୟ ସ୍ପଷ୍ଟ ଭାବେ ଲଗାଯିବା ଏବଂ ଆନନ୍ଦ ବଜାରକୁ ପରିଷ୍କାର ପରିଚ୍ଛନ ରଖିବା ସହ ଦୋକାନ ବଜାରରେ ଟଙ୍ଗା ଯାଇଥିବା ଜରି ଗୁଡିକୁ ହଟାଯିବାକୁ ମଧ୍ୟ ନିଷ୍ପତି କରାଯାଇଛି ।

ଆସନ୍ତା ଧନୁ ସଂକ୍ରାନ୍ତି ଅର୍ଥାତ ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପହିଲି ଭୋଗ ପାଇଁ ଚୁଡାନ୍ତ ହୋଇଛି ନୀତି । ପୁଣି ଡିସେମ୍ବର ୩୧ ଓ ଜାନୁଆରୀ ୧ ଇଂରାଜୀ ନବବର୍ଷକୁ ନେଇ ହୋଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ ପହିଲି ଭୋଗ ନୀତି । ଆଜି ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଛି ଗୁରୁତ୍ୱପୁର୍ଣ ନୀତି ସବ କମିଟି ବୈଠକ । ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ସେ ନେଇ ପ୍ରସ୍ତୁତ ହୋଇଛି ନୀତି ନିର୍ଘଣ୍ଟ । ଖାଲି ପହିଲି ଭୋଗ ନୁହେଁ ସେବାୟତଙ୍କ ପ୍ରାପ୍ୟ ପାଉଣାକୁ ନେଇ ହୋଇଛି ଆଲୋଚନା । ପୂର୍ବରୁ ପରିମାଣିକ ଚିକେଟ ଦର୍ଶନରେ ମିଳୁଥିବା ଅର୍ଥ ସେବାୟତଙ୍କୁ ପାଳିଆ ପୁରସ୍କାର ଭାବେ ଦିଆଯାଉଥିଲା । ହେଲେ ଏବେ ତାହା ବନ୍ଦ ହୋଇଛି