ଆଠଗଡରେ ଜୀବନ ସହ ଖେଳ । ଦେଖନ୍ତୁ କିଭଳି ବଣୁଆ ହାତୀକୁ ଚିଡାଉଛନ୍ତି ଯୁବକ..

133

କନକ ବ୍ୟୁରୋ: ବଣୁଆ ହାତୀକୁ ଚିଡାଉଛନ୍ତି ଯୁବକ । ଜୀବନକୁ ବାଜି ଲଗାଇ ଜଙ୍ଗଲି ହାତୀ ସହ ଖେଳ ଖେଳୁଛନ୍ତି ଯୁବକ । ଆଠଗଡ ନିକଟ ୫୫ ନଂବର ଜାତୀୟ ରାଜପଥ ନିକଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଛି ସ୍ଥାନୀୟ ଯୁବକ ଜଙ୍ଗଲି ହାତୀ ନିକଟକୁ ଯିବାକୁ ଉଦ୍ୟମ କରୁଛନ୍ତି ।

ଆଉ ହଠାତ୍ ଜଙ୍ଗଲ ଭିତରୁ ଯୁବକଙ୍କୁ ମାରିବାକୁ ଗୋଡାଇ ଆସୁଛି ହାତୀ । ଯୁବକମାନେ ଦୌଡି ପଳାଇବା ସହ ପୁଣି ହାତୀ ଫେରିବା ଉଦ୍ୟମ କଲେ ଯୁବକମାନେ ହାତୀ ଆଡକୁ ମାଡି ଯାଉଛନ୍ତି । କେବଳ କୌତୁହଳ ପାଇଁ ହାତୀକୁ ରଗାଇବାକୁ ପଛାଉ ନାହାନ୍ତି ଯୁବକମାନେ ।