ପୁଅ ହେବତ ଏମିତି ! ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଖୋଲିଲେ ନିଜର ଏକ କଂପାନୀ

72

ଜୀବନରେ ସମସ୍ତଙ୍କୁ ଅନେକ ମାନ-ଅପମାନ ଦେଇ ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ମାନ-ଅପମାନରୁ ଯଦି କେହି କୌଣସି ଶିକ୍ଷା ପାଏ, ତେବେ ସେ ହିଁ ଜୀବନରେ ଆଗକୁ ବଢିପାରିବ ଆଉ ଉନ୍ନତି ବି କରିପାରିବ । ଏମିତି ଏକ ପ୍ରେରଣାଦାୟୀ ଘଟଣା ଘଟିଯାଇଛି ଟିକାରାପାରା ନିବାସୀ ମୋହନଲାଲ ସାହୁଙ୍କ ଠାରେ । ମୋହନଲାଲ ଜଣେ ଚପରାସୀ ଓ ତାଙ୍କର ତିନିଟି ପୁଅ ଅଛନ୍ତି । ତେବେ ୯ ଜଣ ସଦସ୍ୟ ବିଶିଷ୍ଟ ପରିବାରର ଭରଣପୋଷଣ ଦାୟିତ୍ୱ ରହିଛି ମୋହନଙ୍କ ଉପରେ । ମୋହନଲାଲା ଏବଂ ତାଙ୍କର ୩ ପୁଅ ସେହି ସହରରେ ଥିବା ଏକ ଦୋକାନରେ କୁଲର ତିଆରି କାମ କରୁଥିଲେ । କିନ୍ତୁ ଗୋଟିଏ ଦିନ ମୋହନଲାଲ କୁଲର ତିଆରି କରିବା ସମୟରେ ଗୋଟିଏ ଛୋଟିଆ ଭୁଲ କରିଦେଇଥିଲେ ଆଉ ତାଙ୍କର ଏହି ଛୋଟ ଭୁଲ ପାଇଁ ତାଙ୍କୁ ସମସ୍ତଙ୍କୁ ସାମ୍ନାରେ ଅପମାନିତ ହେବାକୁ ପଡିଥିଲା ।

ବାପାଙ୍କୁ ଅପମାନିତ ହେବାର ଦେଖି ପୁଅମାନଙ୍କୁ ମନକୁ ବହୁତ ଆଘାତ ଦେଇଥିଲା ସତ ହେଲେ ତାଙ୍କ ନିକଟରେ ସେଭଳି କୌଣସି ବି ସାମର୍ଥ ନଥିଲା । ମୋହନଲାଲଙ୍କ ବଡ଼ ଓ ସାନ ପୁଅ ଲେଖାପଢା ଜାଣି ନାହାଁନ୍ତି, କିନ୍ତୁ ତାଙ୍କର ମଝିଆ ପୁଅ ରୋହିତ ପିଜିଡିସିଏ କରିଥିଲା । ରୋହିତ, ବାପାଙ୍କ ଅପମାନ ସହ୍ୟ କରିନପାରି ନିଜେ ବ୍ୟବସାୟ କରିବାକୁ ନିଷ୍ପତି ନେଲେ ଏବଂ ସେ ନିଜେ କୁଲର ତିଆରି କରିବା ଆରମ୍ଭ କରିଥିଲେ । ଜୀବନରେ କୌଣସି କାମ ସହଜ ନଥାଏ, କିନ୍ତୁ କିଛି କରିବାକୁ ଦୃଢ଼ ନିଷ୍ପତ୍ତି ନେଲେ ତାହା ଆପେ ଆପେ ସହଜ ହୋଇଯାଏ । ଯାହାକି ରୋହିତଙ୍କଠାରେ ଘଟିଥିଲା । ରୋହିତଙ୍କ ପାଇଁ ନିଜର ଏକ ବ୍ୟବସାୟ ଆରମ୍ଭ କରିବା ଏତେ ସହଜ ନଥିଲା ହେଲେ ତାଙ୍କୁ କିଛି କରିବାର ଥିଲା । ବାପାଙ୍କ ଅପମାନ ପରେ ସେ ନିଜର ଏକ କୁଲର ତିଆରି କାରଖାନା ଖୋଲିବାକୁ ଚାହୁଁଥିଲେ ।

ତେଣୁ ସେ କୁଲର ତିଆରି କାମ ତ ଶିଖିଯାଇଥିଲେ ସତ ମାତ୍ର ବ୍ୟବସାୟ ଆରମ୍ଭ କରିବାକୁ ତାଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଥିଲା । ଘରର ଆର୍ଥିକ ଅବସ୍ଥା ମଧ୍ୟ ଏତେ ସ୍ୱଚ୍ଛଳ ନଥିଲା । ପାଠ ପଢିବାକୁ ରୋହିତଙ୍କୁ ବାଧ୍ୟ ହୋଇ କାମ କରିବାକୁ ପଡୁଥିଲା । ହେଲେ ଏହାପରେ ଘରର ସ୍ଥିତି ବିଗିଡିବାକୁ ଲାଗିଥିଲା । ଏପରିକି ଏମିତି ବି ଦିନ ଆସିଗଲା କି ରୋହିତଙ୍କ ବଡ ଭାଇ ମହେନ୍ଦ୍ର ସାହୁଙ୍କ ୪୦୦୦ ଟଙ୍କା ବେତନର ଚାକିରୀ ହିଁ ବଂଚିଥିଲା । ଏମିତି ଅବସ୍ଥାରେ ବଂଚିବା କଠିନ ହୋଇଗଲା, କିନ୍ତୁ ତାଙ୍କ ଅଂଚଳରେ ରହୁଥିବା ଜଣେ ସହୃଦୟ ବ୍ୟକ୍ତିଙ୍କୁ ଠାରୁ ତାଙ୍କୁ ପ୍ରେରଣା ମିଳିଥିଲା ଓ ଆଗକୁ ବଢ଼ିବାର ରାସ୍ତା ମଧ୍ୟ ମିଳିଥିଲା । ରୋହିତଙ୍କ କାମ କରିବାର ମନୋବଳ ଦେଖି ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ସହାୟତାର ହାତ ବଢାଇଥିଲେ । ସେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ବିଷୟରେ ରୋହିତଙ୍କୁ ଜଣାଇଲେ । ଏହାପରେ ରୋହିତଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଋଣ ମିଳିଥିଲା ଆଉ ରୋହିତ ନିଜର ଏହି ବ୍ୟବସାୟକୁ ଆରମ୍ଭ କରିବାରେ ସଫଳ ହୋଇଥିଲେ ।