ଆପଣ ବ୍ୟବହାର କରୁଥିବା ସିମକାର୍ଡର ଅସଲି ମାଲିକ କିଏ? ଜାଣନ୍ତୁ ମାତ୍ର ଗୋଟିଏ କ୍ଲିକରେ

136

ସ୍ମାର୍ଟଫୋନ ଦ୍ୱାରା ଏବେ ସବୁ କାମ ସହଜ ହୋଇପଡିଛି । ସେହିପରି ଫୋନରେ ସିମ୍ କାର୍ଡର ଭୂମିକା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କ ମୋବାଇଲରେ ସିମକାର୍ଡ ନାହିଁ ତେବେ ଆପଣ କାହା ସହ କଥା ହୋଇପାରିବେ ନାହିଁ । ମୋଟ ଉପରେ କହିଲେ ସିମକାର୍ଡ ବିନା ଫୋନ ପୂରାପୁରି ବେକାର ।ଆଜି ଆମେ ଆପଣଙ୍କ ଏଭଳି କିଛି ସୂଚନା ଦେବାକୁ ଯାଉଛୁ, ଯାହାଦ୍ୱାରା ଆପଣ ସହଜରେ ଜାଣିପାରିବେ କି ଆପଣଙ୍କର ସିମକାର୍ଡ କାହା ନାଁରେ ରେଜିଷ୍ଟ୍ରର ରହିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

ସର୍ବ ପ୍ରଥମେ ସ୍ପଷ୍ଟ କରିବାକୁ ଚାହିଁବୁକି ଏହି ପ୍ରଶ୍ନର ଉତର ଆପଣ ବ୍ୟବହାର କରୁଥିବା କଂପାନୀର ସିମକାର୍ଡରୁ ହିଁ ପାଇପାରିବେ । ଅତି ସହଜରେ ଆପଣ ଜାଣିପାରିବେ କି ଆପଣ ଯେଉଁ ନମ୍ବରଟି ବ୍ୟବହାର କରୁଛନ୍ତି ତାହା କାହା ନାଁରେ ରହିଛି ତଥା ଆପଣ ବ୍ୟବହାର କରୁଥିବା ସିମକାର୍ଡର ଅସଲି ମାଲିକ କିଏ ?

• ଧରି ଦିଅନ୍ତୁ, ଆପଣଙ୍କ ନିକଟରେ ଏୟାରଟେଲ କଂପାନୀର ସିମକାର୍ଡ ରହିଛି । ତେବେ ଆପଣଙ୍କୁ ସର୍ବପ୍ରଥମେ ‘ମାଇ ଏୟାରଟେଲ’ ଆପକୁ ନିଜ ଫୋନରେ ଡାଉନଲୋଡ କରିବାକୁ ହେବ ।

• ଏହାପରେ ଏହି ଆପଟି ଆପଣଙ୍କ ଫୋନରେ ଇନଷ୍ଟଲ ହେବା ପରେ ଯେଉଁ ଅପସନ ନଜର ଆସିବ ସେଠାରେ ନିଜର ମୋବାଇଲ ନମ୍ବରକୁ ଏଂଟର କରିବାକୁ ପଡିବ ।

• ତେବେ ଆପଣ ଏଠାରେ ଆପଣଙ୍କର ମୋବାଇଲ ନମ୍ବରଟି ଏଂଟର କରିବା କ୍ଷଣି ହିଁ ଆପଣଙ୍କ ନିକଟକୁ ଏକ ଓଟିପି କୋଡ ଚାଲି ଆସିବ, ଯାହାକୁ ଆପଣଙ୍କୁ ଏଠାରେ ଦେବାକୁ ପଡିବ ।

• ଓଟିପି କୋଡ ଦେବା ପରେ ଏଠାରେ ଆପଣଙ୍କର ଆକାଉଂଟ ଖୋଲି ଯିବ । ଏହାର ଠିକ୍ ସାଇଟରେ ଏକ ଅପସନ ନଜର ଆସିବ, ଯେଉଁଥିରେ ଆପଣଙ୍କୁ ମୋବାଇଲ ନମ୍ବର ଏବଂ ସିମକାର୍ଡର ମାଲିକଙ୍କର ନାଁ ନଜର ଆସିବ ।

• ଧ୍ୟାନ ରଖିବେ କି, ଆପଣ ଯେଉଁ କଂପାନୀର ସିମକାର୍ଡ ବ୍ୟବହାର କରୁଛନ୍ତି, ସେହି କଂପାନୀର ହିଁ ଆପ ଡାଉନଲୋଡ କରିବାକୁ ହେବ । ନଚେତ୍ ଆପଣ ବ୍ୟବହାର କରୁଥିବା ସିମଟି କାହା ନାଁରେ ରହିଛି ତାହା ଜାଣିବା ମୁସ୍କିଲ ହୋଇଯିବ ।