ରାତାରାତି ନାୟିକା ପାଲଟିଥିବା ଆଶିକି ଗର୍ଲଙ୍କର ଜୀବନ କଟୁଛି କେମିତି? ନଜର ପକାଇବା ଏହା ଉପରେ

29

କଥାରେ ଅଛି “ଦୂର ପାହାଡ ସୂନ୍ଦର’। ଏହି ଉକ୍ତି ଫିଲ୍ମ ଦୁନିଆ ପାଇଁ ବେଶ୍ ପ୍ରଯୁଯ୍ୟ ହୋଇଥାଏ । ସିନେମା ଦୁନିଆର ଚାକଚକ୍ୟ ଭିତରେ ଲୋକ ଏତେ ମସଗୁଲ ହୋଇଯାନ୍ତି ଯେ, କେହି କାହାର ଖବର ରଖିବା ପାଇଁ ମଧ୍ୟ କାହାପାଖରେ ସମୟ ନଥାଏ, ଏବଂ କାହା ପାଖରେ କାହାର ଠିକଣା ନ’ଥାଏ । ସିନେମା ଦୁନିଆର ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ ଅନ୍ଧାରରେ ନିଜର ଜୀବନ ବିତାଇ ଦେଇଛନ୍ତି । ଆଉ କିଛି କଳାକାର ଅଛନ୍ତି ସେମାନେ ଏବେ ବି ଅନ୍ଧାରରେ ଜୀବନ ବିତାଉଛନ୍ତି ।

ଆଶିକି ଗର୍ଲ ଅନୁ ଅଗ୍ରୱାଲଙ୍କ କାହାଣୀ ମଧ୍ୟ ଠିକ୍ ଏହି ପ୍ରକାର । ମହେଶ ଭଟ୍ଟଙ୍କ “ଆଶିକି’ ସିନେମାର ସେ ସମୟର ଚର୍ଚ୍ଚିତ ନାୟିକା ଅନୁ ଏହି ସିନେମା କରିବା ପରେ ବେଶ୍ ସଫଳତା ସାଉଁଟିଥିଲେ । କିନ୍ତୁ ଆଜି ସେ ବହୁତ ଖରାପ ଅବସ୍ଥାରେ ନିଜ ଜୀବନ ବିତାଉଛନ୍ତି । ଆଜି ଏହି ନାୟିକା ଜଣକ ଷ୍ଟାରଡମରୁ ବହୁତ ଦୂରରେ ବିହାରର ମୁଙ୍ଗେରରେ ନିଜର ଜୀବନ ବିତାଉଛନ୍ତି ।

ସିନେମା ଦୁନିଆର କାହା ପାଖରେ ତାଙ୍କର ଖବର ନାହିଁ । ପ୍ରଥମ ସିନେମାର ସଫଳତା ପାଇବା ପରେ ପ୍ରାୟତଃ ନଅ ବର୍ଷ ପର୍ଯ୍ୟନ୍ତ ବହୁତ ପରିଶ୍ରମ କଲାପରେ ମଧ୍ୟ ଅନୁଙ୍କୁ କୈାଣସି ସିନେମା ମିଳିନ’ଥିଲା । ରାତାରାତି ତାରକା ପାଲଟିଯାଇଥିବା ଏହି ଅଭିନେତ୍ରୀ ଜଣଙ୍କୁ କିନ୍ତୁ ଯେତେଚେଷ୍ଟା କଲେ ମଧ୍ୟ ଆଉ ସିନେମା ଦୁନିଆରେ ସଫଳତା ପାଇନ’ଥିଲେ ।

୧୯୯୯ ମସିହାରେ ଅନୁ ଦୁର୍ଘଟଣାର ଶିକାର ହେଲାପରେ ତାଙ୍କ ଜୀବନ ସଂମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା । ଏହି ଦୁର୍ଘଟଣା ଘଟିବା ତାଙ୍କ ଜୀବନର ସବୁଠୁ ଖରାପ ସମୟ ବୋଲି ଧରାଯାଏ । ଅନୁ ଏହି ଦୁର୍ଘଟଣାରେ ନିଜର ମାନସିକ ସନ୍ତୁଳନ ହରାଇବା ସହିତ ୨୯ ଦିନ ପର୍ଯ୍ୟନ୍ତ କୋମାରେ ରହିଥିଲେ । ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେଲା ସତ,କିନ୍ତୁ ଅନୁ ସିନେମା ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଥିଲେ ।

ଅନୁଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ କିଛି ଭଲ ଅବସ୍ଥାରେ ନ’ଥିଲା । ସେ ବିବାହ ମଧ୍ୟ କରିନ’ଥିଲେ ଏବଂ ବିହାରର ମୁଙ୍ଗେରରେ ଏକୁଟିଆ ନିଜର ବାକି ଜୀବନକୁ ଅତିବାହିତ କରୁଛନ୍ତି । ଆଶିକି ଗର୍ଲ ଅନୁ ବର୍ତମାନ ସିନେମାଠୁ ଦୂରେଇ ଯାଇ ବିହାରରେ ଲୋକଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି ।