ଦିଲ୍ଲୀରେ ବସିଲା ବିରୋଧୀଙ୍କ ଦରବାର ! ଏକାଠି ହୋଇ କଲେ ଶକ୍ତି ପ୍ରଦର୍ଶନ, ମୋଦି ସରକାରକୁ ହଟାଇବାକୁ ଦେଲେ ରଣହୁଙ୍କାର ।

105

କନକ ବ୍ୟୁରୋ : ଦିଲ୍ଲୀରେ ବସିଲା ବିରୋଧୀଙ୍କ ଦରବାର । ଏକାଠି ହୋଇ ଶକ୍ତି ପ୍ରଦର୍ଶନ କଲେ ବିରୋଧୀ । ସମ୍ବିଧାନ ବଂଚାଅ ନାଁରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଏହି ମହାମେଳିର ଆୟୋଜନ କରାଯାଇଛି । ଏଥିରେ ମୋଦି ସରକାରକୁ ହଟାଇବାକୁ ପଣ କରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଏହି ମଳାମେଳିର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛି ବିଜେପି ।

ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ । ମୋଦିଙ୍କ ବିରୋଧରେ ମହାମେଳି । ଦିଲ୍ଲୀରେ ବିରୋଧୀ ମେଂଟର ଦରବାର । ଏକାଠି ହୋଇ ପୁଣି ଶକ୍ତି ପ୍ରଦର୍ଶନ କଲେ ବିରୋଧୀ । ମୋଦି ସରକାର ବିରୋଧରେ ଦେଲେ ରଣହୁଙ୍କାର । ମୋଦି ସରକାରକୁ ହଟାଇବାକୁ ପଣ କଲେ ବିରୋଧୀ । ଦିଲ୍ଲୀ ଜନ୍ତରମନ୍ତରରେ ହୋଇଛି ମୋଦି ବିରୋଧୀଙ୍କ ମହାମେଳି । ସମ୍ବିଧାନ ବଂଚାଅ ନାଁରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଡାକରାରେ ଏକାଠି ହୋଇଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, ଏନସିପି ନେତା ଶରଦ ପାୱାର, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା, ଡିଏମକେ ନେତ୍ରୀ କାନିମୋଝି, ଶରଦ ଯାଦବ ପ୍ରମୁଖ ମହାମେଳିରେ ଯୋଗଦେଇଥିଲେ ।

ସେପଟେ ମହାମେଂଟକୁ ନେଇ କଡ଼ା ଜବାବ ରଖିଛି ବିଜେପି । ବିରୋଧୀଙ୍କ ଏହି ମଳାମେଳିର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଶବାସୀଙ୍କ ଭରସା ଅତୁଟ ରହିଛି ବୋଲି କହିଛନ୍ତି ବିଜେପି ନେତା ଶାହା ନୱାଜ ହୁସେନ୍ । ମୋଦି ବିରୋଧୀଙ୍କ ମହାମେଳି ଭବିଷ୍ୟତରେ ରାଜନୀତିର ଦୃଶ୍ୟପଟକୁ କେମିତି ଓ କେତେମାତ୍ରାରେ ପ୍ରଭାବିତ କରୁଛି, ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।