କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ। ଯୌନ କେଳେଙ୍କାରୀ ମାମଲାରେ ପୀଡ଼ିତା ମହିଳା, ମନ୍ତ୍ରୀ ସନ୍ଦୀପ କୁମାରଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ମହିଳାଙ୍କ ଏତଲା ଅନୁସାରେ-ରାସନ୍ କାର୍ଡ ନେଇ ଆଲୋଚନା ପାଇଁ ଯିବା ସମୟରେ ତାଙ୍କୁ କୋଲ ଡ୍ରିଙ୍କ୍ସରେ କିଛି ମିଶାଇ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମନ୍ତ୍ରୀଙ୍କୁ ଦଳ ବହିଷ୍କାର କରିଥିବା ବେଳେ ‘ଆପ୍’ର ଆଉ ଜଣେ ପ୍ରମୁଖ ନେତା ଆଶୁତୋଷ, ମନ୍ତ୍ରୀଙ୍କୁ ଘଂଟ ଘୋଡ଼ାଇବାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ବିବାଦୀୟ ସେକ୍ସ ଟେପ୍ ସାମ୍ନାକୁ ଆସିବା ପରେ ସଂଦୀପଙ୍କ କୁକର୍ମକୁ ଲୁଚାଇବା ପାଇଁ ଆଶୁତୋଷ ମହାତ୍ମା ଗାନ୍ଧି, ଜବାହାରଲାଲ ନେହେରୁ ଏବଂ ଅଟଳବିହାରୀ ବାଜପେୟୀଙ୍କ ଉଦାହରଣ ଦେଇଛନ୍ତି।

aapଇଏ ହେଉଛି ‘ଆପ୍’ ନେତା ଆଶୁତୋଷଙ୍କ ଲେଖାର ନକଲ। ଯେଉଁଥିରେ ଦଳର ନେତା ସନ୍ଦୀପ କୁମାରଙ୍କ କୁକର୍ମକୁ ଲୁଚାଇବାର ପ୍ରୟାସ କରିଛନ୍ତି ‘ଆପ୍’ର ମୁଖପାତ୍ର ଆଶୁତୋଷ। ମନ୍ତ୍ରୀଙ୍କୁ ଘଂଟ ଘୋଡ଼ାଇବାକୁ ଯାଇ ମହାତ୍ମାଗାନ୍ଧୀ, ଜବାହାରଲାଲ୍ ନେହେରୁ ଏବଂ ଅଟଳ ବିହାରୀ ବାଜପାୟୀ ଭଳି ମହାନ ଜନନାୟକଙ୍କ ଯୌନ ଜୀବନ ଉପରେ ବିବାଦୀୟ ଟିପଣୀ ସବୁ ରଖିଛନ୍ତି।

ସଂପର୍କର ଉଦାହରଣ ଦେଇ ସେ ଲେଖିଛନ୍ତି-ପଣ୍ଡିତ ନେହେରୁ ଏବଂ ଏଡୱିନା ମାଉଂଟବେଟନଙ୍କ ସଂପର୍କ କଣ ଥିଲା ତାହା ବିଶ୍ୱବାସୀ ଜାଣନ୍ତି। ଏହା ପାପ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅନେକ ସହକର୍ମୀ ମହିଳାଙ୍କ ସହ ନେହେରୁ ସଂପର୍କ ରଖୁଥିବା ନେଇ ଚର୍ଚ୍ଚା ହେବା କଥା vlcsnap-2016-09-03-19h30m31s276ପ୍ରକାଶ କରିଛନ୍ତି। ‘ଆପ୍’ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉପରେ ବି ଆଂଗୁଳି ଉଠାଇବାକୁ ପଚାଇ ନାହାଁନ୍ତି ଆଶୁତୋଷ। ମହାତ୍ମା ଗାନ୍ଧୀ ସରଳା ଚୌଧୁରୀଙ୍କ ସହ ସଂପର୍କ ରଖିଥିଲେ ଏବଂ ତାଙ୍କୁ ଆଧ୍ୟାତ୍ମ ପତ୍ନୀ ବୋଲି ସ୍ୱୀକାର କରିଥିବା ଲେଖିଛନ୍ତି। କେବଳ ସେତିକି ନୁହେଁ- ବ୍ରହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପାଇଁ ତାଙ୍କର ଦୁଇ ଜଣ ଝିଆରୀଙ୍କ ସହିତ ଉଲଗ୍ନ ହୋଇ ଶୋଉଥିଲେ ବୋଲି ସେ ଲେଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ମଧ୍ୟ ମହିଳାଙ୍କ ସହ ସଂପର୍କ ରଖିଥିଲେ ବୋଲି ଆଶୁତୋଷ ଏନ୍ଡିଡିଭିର ଅତିଥିସ୍ତମ୍ଭରେ ପ୍ରକାଶ ପାଇଥିବା ଲେଖାରେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ସନ୍ଦୀପ କୁମାରଙ୍କ କ୍ଷେତ୍ରରେ ଆଶୁତୋଷ ଦେଇଥିବା ମନ୍ତବ୍ୟ ଏହା ବ୍ୟକ୍ତିଗତ ଏବଂ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତ ଆପ୍ର ରାଜ୍ୟ ସଭାପତି।

ଏପଟେ ବିବାଦୀୟ ସେକ୍ସ ଟେପ୍ ପ୍ରସଙ୍ଗରେ ‘ଆପ୍’ ଡବଲ ଷ୍ଟାଣ୍ଡାର୍ଡ ଭୂମିକା ନେଇଥିବା କହିଛନ୍ତି ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ। ସେହିପରି ଆଶୁତୋଷଙ୍କ ସଂସ୍କାର ଏବଂ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।