ଆପ୍ ଓ କପିଲ ମିଶ୍ରାଙ୍କ ବିରୋଧରେ ବଢୁଛି ବିବାଦ ! କେଜରିୱାଲଙ୍କ ଷ୍ଟାଇଲରେ ଆଜିଠାରୁ କରିବେ ଆମରଣ ଅନଶନ

22

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ନିକଟରେ ପ୍ରମାଣ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା । ଦୁର୍ନୀତି ଅଭିଯୋଗରେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ପ୍ରମାଣ ସହ ମାମଲା ରୁଜୁ କରିଛନ୍ତି । ଉଭୟଙ୍କ ବିରୋଧରେ ସେ ଦିଲ୍ଲୀ ଜଳ ବୋର୍ଡ ୱାଟର ଟ୍ୟାଙ୍କର ଦୁର୍ନୀତି ନେଇ ମାମଲା ରୁଜୁ କରିଛନ୍ତି । ସିବିଆଇ ନିକଟରେ ୩ଟି ମାମଲା ରୁଜୁ କରିବା ସହ ସେ ପ୍ରମାଣ ମଧ୍ୟ ଦାଖଲ କରିଛନ୍ତି ।

ଏହାସହ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ସେ ଏକ ଖୋଲା ଚିଠି ମଧ୍ୟ ଜାରି କରିଛନ୍ତି । ଆପ୍ ନେତାମାନେ ନିଜର ବିଦେଶ ଯାତ୍ରାର ବିବରଣୀ ଦିଅନ୍ତୁ । ବିଦେଶ ଯାତ୍ରା ପାଇଁ ତାଙ୍କ ନିକଟକୁ ଟଙ୍କା କେଉଁଠୁ ଆସିଛି ତାହାର ବିବରଣୀ ଦିଅନ୍ତୁ ନଚେତ୍ ଆଜିଠାରୁ ସେ ଆମରଣ ଅନଶନ କରିବେ ବୋଲି କପିଲ କହିଛନ୍ତି । ଦିଲ୍ଲୀର କୌଣସି ଆସନରୁ ତାଙ୍କ ବିରୋଧରେ କେଜ୍ରିୱାଲ ନିର୍ବାଚନ ଲଢନ୍ତୁ ବୋଲି ଆପ୍ ମୁଖ୍ୟଙ୍କୁ ମଧ୍ୟ ଚ୍ୟାଲେଂଜ କରିଛନ୍ତି କପିଲ ମିଶ୍ରା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେଜରିୱାଲ କପିଲ ମିଶ୍ରାଙ୍କ ଅଭିଯୋଗ ନେଇ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।