ରିଲିଜ ହୋଇଛି ଆମିରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ ଦଙ୍ଗଲ”ର ଟ୍ରେଲର

32

3ବଲିଉଡ ଅଭିନେତା ଆମିର ଖାନଙ୍କ ପ୍ରତୀକ୍ଷିତ ଫିଲ୍ମ “ ଦଙ୍ଗଲ”ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ନିର୍ଦେଶନା ଦେଉଛନ୍ତି ନିତେଶ ତିୱାରୀ । ଆମିର ଏହି ଫିଲ୍ମରେ ପ୍ରଥମଥର ପାଇଁ ହରିୟାନାର ଜଣେ ରେସଲର ଭୂମିକାରେ ନଜର ଆସିବେ । ଯିଏ ନିଜ ଝିଅମାନଙ୍କୁ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପାଇଁ ପ୍ରସ୍ତୁତ କରାଉଛନ୍ତି ।

1ଏହି “ ଦଙ୍ଗଲ”ର ଟ୍ରେଲର ଆମିର ନିଜର ଟ୍ୱିଟର ପେଜରେ ଶେୟାର କରିଛନ୍ତି ଏବଂ ଫ୍ୟାନମାନଙ୍କୁ ପଚାରିଛନ୍ତି- କ’ଣ ଭାବୁଛ ? ମହାବୀର ଭୋଗଟଙ୍କ ଭୂମିକାରେ ନଜର ଆସୁଛନ୍ତି ଆମିର ଓ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ସାକ୍ଷୀ ତଂୱର । ଏହି ବାୟୋପିକ୍ ଫିଲ୍ମଟି ଡିସେମ୍ବର ୨୩ରେ ବଡ ପରଦାକୁ ଆସିବାର ସୂଚନା ମିଳିଛି  ।

ଦେଖନ୍ତୁ ଏହି “ ଦଙ୍ଗଲ”ଫିଲ୍ମର ଟ୍ରେଲର –