ରଣବୀର ସିଂଙ୍କ ଅଭିନୟ ଦକ୍ଷତାରେ ପ୍ରଭାବିତ ଆମୀର ଖାନ୍ ! ବାୟୋପିକ ସିନେମାରେ ଅଭିନୟ କରିବା ପାଇଁ ନିଜ ଆଡ଼ୁ କଲେ ଅଫର

40

ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଅଭିନୟ ଦକ୍ଷତା ବିଷୟରେ ସମସ୍ତେ ଜାଣନ୍ତି । ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବେଶ ଆକର୍ଷିତ କରେ । ତେବେ ଆମୀରଙ୍କୁୁ ଯଦି କାହାର ଅଭିନୟ ପସନ୍ଦ ଆସୁଛି, ଆପଣ ଜାଣଇପାରୁଥିବେ ସେ ନିଶ୍ଚିିତ ଜଣେ ଭଲ ଅଭିନେତା । ଆପଣ ଭାବୁଥିବେ କିଏ ସେହି ଅଭିନେତା ? ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଲେ ବଲିଉଡ଼୍ ବାଜିରାଓ ରଣବୀର ସିଂ । ରଣବୀର ସିଂଙ୍କ ଅଭିନୟ ଦକ୍ଷତାରେ ଆମୀର ଖାନ୍ ଏତେ ପ୍ରଭାବିତ ଯେ ସେ ଚାହାନ୍ତି ରଣବୀର ତାଙ୍କର ଆଗମୀ ବାୟପୋପିକ ସିନେମାରେ ଅଭିନୟ କରନ୍ତୁ ।

ରଣବୀର ସିଂଙ୍କ ଅଭିନୟ ଦକ୍ଷତାକୁ ଦେଖି ଆମୀର ଖାନ୍ ତାଙ୍କର ଜଣେ ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି । ସେ ଚାହାନ୍ତି ତାଙ୍କର ଆଗାମୀ ସିନେମା ‘ସ୍ୟାଲୁଟ’ରେ ଏକ ରୋଲ କରନ୍ତୁ । ଶୁଣିବା ପାଇଁ ମିଳୁଛି ରଣବୀର ସିଂ ଓ ଆମୀର ଖାନ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁରଙ୍କ ଘର ସାମ୍ନାରେ ଦେଖିଥିଲେ । ସିନେମା ‘ସାଲ୍ୟୁଟ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ରୟ କପୁର । ସିନେମା ଚନ୍ଦ୍ର ପୃଷ୍ଠକୁ ଯାଇଥିବା ରାକଶ ଶର୍ମାଙ୍କ ଉପରେ ଆଧାରିତ ।

ଯଦି ଏପରି ହୁଏ ସିନେମାର ଦେଖିବାର ମଜା ଦୁଇ ଗୁଣା ହୋଇଯିବ । ବଲିଉଡ଼ର ଦୁଇ ବଡ଼ ତାରକା ଏକାଠି ହେଲେ ଯେ କେହି ହେଲେ ସିନେମା ଦେଖିବା ପାଇଁ ଇଚ୍ଛ କରିବ । ସୂଚନା ଅନୁସାରେ ରଣବୀର ଏବେ ତାଙ୍କ ସିଡ଼୍ୟୁଲକୁ ନେଇ ପୁରା ବ୍ୟସ୍ତ । ସିନେମା ‘ପଦ୍ମାବତୀ’ ବ୍ୟତୀତ ଅନ୍ୟ ସିନେମା ପାଇଁ ସେ ବ୍ୟସ୍ତ ଅଛନ୍ତି । ରଣବୀର ଏବେ ରୋହିତ ସେଟ୍ଟିଙ୍କ ଏକ ବାୟୋପିକ ସିନେମାରେ କାମ କରୁଛନ୍ତି । ଅନ୍ୟପଟେ ଆମୀର ମଧ୍ୟ ତାଙ୍କର ଆଗାମୀ ସିନେମା ‘ଠଗ୍ସ ଅପ ହିନ୍ଦୋସ୍ତାନ’ର ସୁଟିଂରେ ବ୍ୟସ୍ତ । ଯେଉଁଠି ଫାତିମା ସନ ଶୈଖ, କ୍ୟୋଟ୍ରିନା କୈଫ୍ ଓ ଅମିତାଭ ବଚ୍ଚନ ପ୍ରମୁଖ ଅଭିନୟ କରୁଛନ୍ତି ।