ସ୍ୱାଇନ ଫ୍ଲୁ ପରେ ପ୍ରଥମ ଥର ପାଇଁ ନଜର ଆସିଲେ ଆମୀର ଖାନ୍ ! ପ୍ରଶଂସକଙ୍କ ସହ ନେଲେ ସେଲ୍ଫି

26

କିଛି ଦିନ ପୂର୍ବରୁ ଖବର ଆସିଥିଲା ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ସ୍ୱାଇନ ପ୍ଲୁରେ ପୀଡ଼ିତ ଥିଲେ । ଏବେ ଲାଗଛି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ନିକଟରେ ଆମୀର ଖାନ୍ ମୁମ୍ବାଇର ଅନ୍ଧେରୀରେ ପ୍ରଶଂସକଙ୍କ ସହ ସେଲ୍ଫି ଉଠାଇଥିବାର ଦେଖାଯାଇଥିଲା ।

ସୂଚନାଯୋଗ୍ୟ ଏକୁଟିଆ ଆମୀର ଖାନ୍ ସ୍ୱାଇନ ଫ୍ଲୁରେ ପୀଡ଼ିତ ନଥିଲେ । ପତ୍ନୀ କିରଣ ରାଓ ମଧ୍ୟ ସ୍ୱାଇନ ଫ୍ଲୁରେ ପୀଡ଼ିତ ଥିଲେ । ଏଥିଯୋଗୁଁ ଆମୀର ଖାନ ଅନେକ କାର୍ଯ୍ୟକ୍ରମରେ ଯେଗ ଦେଇ ପାରିନଥିଲେ ।

ତେବେ ସୂଚନା ଅନୁସାରେ ଖୁବ ଶୀଘ୍ର ଆମୀର ଖାନ୍ ବଡ଼ ପରଦାରେ ପୁଣି ଥରେ ନଜର ଆସିବେ । ୧୮ ଅକ୍ଟୋବରରେ ଆମୀରଙ୍କ ସିନେମା ‘ସିକ୍ରେଟ ସୁପରଷ୍ଟାର’ ରିଲିଜ ହେଉଛି । ସବୁ ସିନେମା ପରି ଏହି ସିନେମାର ମଧ୍ୟ ଆମୀର ବିଲକୁଲ ଏକ ନିଆରା ତଥା ଭିନ୍ନ ଅନ୍ଦାଜରେ ନଜର ଆସିବେ । କିଛି ଦିନ ପୂର୍ବରୁ ଲଞ୍ଚ ହୋଇଛି ସିକ୍ରେଟ ସୁପରଷ୍ଟାରର ଟ୍ରେଲର ଲଂଚ ।