ଦର୍ଶକଙ୍କ ଟ୍ରୋଲ ଏବଂ ମିମ୍ସର ଶିକାର ହେଉଥିବା ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ଥାନକୁ ନେଇ ଏଭଳି ମତ ରଖିଲେ ମିଷ୍ଟର ପରଫେକ୍ଟନିଷ୍ଟ ।

164

ଦିୱାଲିରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଉପରେ ଏବେ ଲଗାତାର ଜୋକ୍ସ ଏବଂ ମିମ୍ସ ଦେଖିବାକୁ ମିଳୁଛି । ଫିଲ୍ମକୁ ଲୋକେ ଦେଖିବା ପରେ ଟ୍ରୋଲ କରିବାରେ ଲାଗିଛନ୍ତି । ଏହାର ଫିଲ୍ମ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ସମାଲୋଚନା କରିଛନ୍ତି । ଫିଲ୍ମକୁ ନେଇ ମିଳୁଥିବା ପ୍ରତିକ୍ରିୟ ଉପରେ ଏବେ ମୁହଁ ଖୋଲିଛନ୍ତି ଅଭିନେତା ଆମିର ଖାନ । ଆମିରଙ୍କ କହିବା ଅନୁସାରେ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ସଫଳ ହେଉ କି ବିଫଳ ତାହାକୁ ନେଇ ସନ୍ତୁଷ୍ଟ ରହିବେ । କାରଣ ତାଙ୍କ ମତରେ ପୂରା ଟିମ ଫିଲ୍ମ ପାଇଁ ନିଜର ସର୍ବଶ୍ରେଷ୍ଠ ଦେଇଛନ୍ତି ଏବଂ ଫିଲ୍ମରେ କାମ କରିବା ଖୁବ ମଜାଦାର ଥିଲା ।

ସେ ଆଗକୁ ମଧ୍ୟ କହିଛନ୍ତି, ଆମେ ଭଲ ପାଇବା ଏବଂ ପ୍ରୟାସରେ ଏହି ଫିଲ୍ମକୁ ନିର୍ମାଣ କରିଛୁ । ଏହି ଫିଲ୍ମ ଏପରି ଏକ ଜର୍ଣ୍ଣି ଥିଲା ଯାହା ମୋ ପାଇଁ ଖୁବ ସ୍ମରଣୀୟ ହୋଇ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଜାଣିନି ଫିଲ୍ମ କେତେ ସଫଳ ହେବ କିନ୍ତୁ ଏହି ୨ ବର୍ଷ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି । କାରଣ ମୋ ମତରେ ସମସ୍ତେ ନିଜର ସର୍ବଶ୍ରେଷ୍ଠ ଦେଇଛନ୍ତି । ବିଜୟ କୃଷ୍ଣ ଆଚାର‌୍ୟ୍ୟ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସର ଆଦିତ୍ୟ ଚୋପ୍ରା ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମିର ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରନ ସେୟାର କରିଛନ୍ତି । ଫିଲ୍ମ ଏହି ଦୁଇ କଳାକାରଙ୍କ ବ୍ୟତିତ କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଶେଖ ମଧ୍ୟ ନଜର ଆସିଛନ୍ତି ।