‘ସଂଜୁ’ ସିନେମା ଦେଖି ଏଭଳି ପ୍ରତିକ୍ରିୟା ଦେଲେ ମିଷ୍ଟର ପରଫେକ୍ଟ ! ସିନେମା କଳାକାରଙ୍କୁ ବଲିଉଡ୍ ତରଫରୁ ମିଳିଲା ପ୍ରଶଂସା ।

22

ସଂଜୟ ଦତ୍ତଙ୍କ ବାୟୋପିକ ସଂଜୁ ରିଲିଜ ହୋଇସାରିଛି । ଫିଲ୍ମରେ ସଂଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିବା ରଣବୀର କପୁରଙ୍କ ଖୁବ ପ୍ରଶଂସା ହେଉଛି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ସଂଜୟ ଦତ୍ତଙ୍କ ଫିଲ୍ମ ସଂଜୁ ଦେଖିବା ପରେ ନିଜ ବିଚାରକୁ ଟ୍ୱିଟ କରି ସେୟାର କରିଛନ୍ତି ।

ଟ୍ୱିଟ କରି ଅମିର ଲେଖିଥିଲେ, ‘ସଂଜୁ ବହୁତ ପସନ୍ଦ ଆସିଲା । ଏକ ପିତା ଓ ପୁଅ ଏବଂ ଦୁଇ ବନ୍ଧୁଙ୍କ ଭାବଭରା କାହାଣୀ । ରଣବୀର ଚମତ୍କାର ଅଭିନୟ କରିଛନ୍ତି ଏହାସହିତ ଭିକି କୌଶଲ ମଧ୍ୟ ମୋତେ ଆଶ୍ଚର୍ୟ୍ୟ କରିଦେଇଛନ୍ତି । ’ ଏହା ସହିତ ଅମିର ରାଜକୁମାର ହିରାନୀଙ୍କୁ ଏତେ ସୁନ୍ଦର ଫିଲ୍ମ ନିର୍ମାଣ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେବେ ସଂଜୁ ଦେଖିବା ପରେ ସମସ୍ତେ ରଣବୀର କପୁରଙ୍କ ଅଭିନୟ ଏବଂ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାକୁ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମରେ କୌଣସି ବଡ ତାରକା ନିଜର ଆପିୟରାନ୍ସ ଦେଇନାହାଁନ୍ତି ସତ କିନ୍ତୁ ଫିଲ୍ମରେ ଶାହରୁଖ ଏବଂ ଆମିର ଖାନଙ୍କ ବିଷୟରେ କୁହାଯାଇଛି । ସଂଜୁର ଏକ ସିନରେ ସଂଜୟ ଦତ୍ତ ପିତା ସୁନିଲ ଦତ୍ତଙ୍କ ସହିତ ନିଜ କ୍ୟାରିୟର ଗ୍ରାମ କମୁଥିବା ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହି ସିନରେ ହିଁ ଶାହାରୁଖ ଏବଂ ଅମିର ଖାନଙ୍କ ବିଷୟରେ କୁହାଯାଇଛି ।