ମିଡିଆ ଆଗରେ ନିଜ ପତ୍ନୀ କିରଣଙ୍କୁ କିସ୍ କରି ଚର୍ଚ୍ଚାରେ ଆମିର

29

aamir-khan-with-kiran-raoବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ସର୍ବସାଧାରଣରେ ଏବଂ ପ୍ରେସ ମିଟରେ କେତେ ସଚେତନ ଆପଣ ସମସ୍ତେ ଜାଣନ୍ତି । ସେ ପ୍ରାୟତଃ କୈାଣସି ଆୱାର୍ଡ ସେରିମନିରେ ନଜର ଆସନ୍ତି ନାହିଁ । କିନ୍ତୁ ଏହି ଦଙ୍ଗଲ ଅଭିନେତା ତାଙ୍କ ସ୍ତ୍ରୀ କିରଣ ରାଓଙ୍କ ସହ ୧୮ ତମ ଜିଓ ମାମି ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ବିସ୍ମିତ କରିଥିବା ଜଣାପଡିଛି ।

ଏଇ ପ୍ରସିଦ୍ଧ ଫିଲ୍ମ ଫେଷ୍ଟିଭାଲରେ ମିଡିଆ ଆଗରେ ନିଜ ପତ୍ନୀ କିରଣଙ୍କୁ କିସ୍ କରି ସେ ଏବେ ଚର୍ଚ୍ଚାରେ । ନିକଟରେ ଆମୀରଙ୍କ ବହୁପ୍ରତୀକ୍ଷିତ ବାୟୋପିକ ଫିଲ୍ମ ଦଙ୍ଗଲର ଟ୍ରେଲର ରିଲିଜ ହେବା ସହ ଫିଲ୍ମର ଟ୍ରେଲର ପାଇଁ ସିନେ ପ୍ରଂଶସକମାନେ ଭଲ ରେସପନସ ଦେଇଛନ୍ତି ବୋଲି ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –