ବିହାର ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟର ହାତ ବଢାଇଲେ ଆମୀର୍ ! ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଠାଇଲେ ୨୫ଲକ୍ଷ ଟଙ୍କାର ଚେକ୍

47

ଖାଲିରେ ଆମୀର୍ ଖାନଙ୍କୁ ମିଷ୍ଟର ପରଫେକ୍ଟନିଷ୍ଟ୍ କୁହାଯାଏନି । କେବଳ ରିଲରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ନାୟକର କାମ କରିଥାନ୍ତି ଆମୀର୍ । ସମାଜ ସେବା ପାଇଁ ଚର୍ଚ୍ଚିତ ମିଷ୍ଟର ପରଫେକ୍ଟନିଷ୍ଟ ଏବେ ବିହାରର ବନ୍ୟା ପ୍ରପୀଡିତ ଲୋକଙ୍କ ପାଇଁ ବଢାଇଛନ୍ତି ସାହାଯ୍ୟର ହାତ । ବନ୍ୟା ଯୋଗୁଁ ହଇରାଣ ହେଉଥିବା ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି ଆମୀର୍ ଖାନ୍ । ଖୁବ୍ ଶୀଘ୍ର ବନ୍ୟା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆମୀର୍ ଏହି ସହାୟତା କରିଥିବା ସୂଚନା ମିଳିଛି ।

ଆମୀର୍ ଖାନ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଫିସକୁ ଏହି ୨୫ଲକ୍ଷ ଟଙ୍କାର ଚେକ୍ କୋରିଅର୍ ଦ୍ୱାରା ପଠାଇଛନ୍ତି । ତେବେ ଆମୀର୍ ବନ୍ୟା ପଡୀତଙ୍କୁ ସାହାଯ୍ୟ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ସାହାଯ୍ୟ କରିବା ସହ ନିଜ ପ୍ରଶଂସକ ମାନଙ୍କୁ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ ପାଇଁ ଅପିଲ୍ ମଧ୍ୟ କରିଛନ୍ତି ।