ବଲିଉଡ଼ର ଜଣେ ଅଭିନେତାଙ୍କୁ ପସନ୍ଦ ନଥିଲା ରାଣୀ ମୁଖାର୍ଜୀଙ୍କ କଣ୍ଠସ୍ୱର ! ପରେ କିନ୍ତୁ ମାଗିଥଲେ କ୍ଷମାପ୍ରାର୍ଥନା, ଜାଣନ୍ତୁ କିଏ ସେହି ଅଭିନେତା

87

ବଲିଉଡ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ନିଜ ମା’ଙ୍କ କଥାକୁ ଅନୁସରଣ କରି ଫିଲ୍ମ ଦୁନିଆରେ ପବେଶ କରିଥିଲେ । ସେ ତାଙ୍କର ବାପାଙ୍କ ଦ୍ୱାରା ନିର୍ମିତ ବଙ୍ଗାଳୀ ଫିଲ୍ମ ‘ବିୱେର ଫୁଲ’ରେ ପ୍ରଥମେ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଫିଲ୍ମର ହିନ୍ଦୀ ରିମେକ ‘ରାଜା କି ଆଏଗୀ ବାରାତ’ରେ ରାନୀଙ୍କୁ ମୂଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

ରାନୀଙ୍କ ପାଇଁ ଫିଲ୍ମ କ୍ୟାରିୟର ଏତେ ସହଜ ନଥିଲା । ତେବେ ୧୯୯୮ରେ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ଗୁଲାମ’ରେ ଅମିର ଖାନଙ୍କ ସହ ଅଭିନୟ କରିଥିଲେ ରାନୀ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ନିକଟରେ ରାନୀ ଖୁଲାସା କରିଛନ୍ତି କି, ତାଙ୍କ ଶଦ୍ଦ ଅମିର ଖାନଙ୍କୁ ଭଲ ଲାଗୁନଥିଲା । ଫିଲ୍ମରେ ଅମିର ଖାନ, ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ନିର୍ମାତା ମୁକେଶ ଭଟ୍ଟଙ୍କୁ ଲାଗୁଥିଲା କି, ତାଙ୍କର ପ୍ରକୃତ ସ୍ୱର ଫିଲ୍ମରେ ଶୋଭା ଦେବ ନାହିଁ । ଏଥିପାଇଁ ତାଙ୍କ ସ୍ୱରକୁ ପରିବର୍ତ୍ତନ କରି ଫିଲ୍ମ ନିର୍ମାଣ କରାଯାଇଥିଲା ।

ଏହାପରେ ରାନୀ କରଣ ଜୋହରଙ୍କ ଫିଲ୍ମ ‘କୁଛ-କୁଛ ହୋତା ହୈ’ରେ ସାଇନ କିରିଥିଲେ । ଏହି ଫିଲ୍ମରେ କରଣ ପ୍ରଥମେ ରାନୀଙ୍କ ସ୍ୱରକୁ ଡବ୍ କରିବାକୁ ପ୍ଲାନ କରିଥିଲେ, କିନ୍ତୁ ପରେ ରାନୀଙ୍କୁ କହିଥିଲେ କି, ମୁଁ ଚାହୁଁଛି ତୁମର ସ୍ୱର ଦୁନିଆ ଲୋକ ଶୁଣନ୍ତୁ । କରଣଙ୍କ ଏହି କଥାକୁ ନେଇ ରାନୀ କହିଥିଲେ କି, କରଣ ଚାହିଁଥିରେ ମୋର ଆବାଜକୁ ଡବ କରିପାରିଥାନ୍ତେ । କିନ୍ତୁ ସେ ମୋ ଉପରେ ଭରଷା କରିଲେ, ମୋର ଆବାଜ ମୋର ଆତ୍ମା ଅଟେ । କରଣଙ୍କ ଏହି ବିଶ୍ୱାସ ହିଁ ମୋର ସାହାସ ବଢାଇ ଦେଇଥିଲା ।

ଏହା ବ୍ୟତୀତ ରାନୀ କହିଥିଲେ କି, ଫିଲ୍ମ ‘କୁଛ-କୁଛ ହୋତା’ ଦେଖିବା ପରେ ଅମିର ଖାନ ମୋତେ ଫୋନ କରି କ୍ଷମା ମାଗିଥିଲେ । ଏବଂ ସେ କହିଥିଲେ କି, ମୋତେ ବିଶ୍ୱାସ ହେଉ ନାହିଁ ତୁମର ଶଦ୍ଦ ଫିଲ୍ମ ପାଇଁ ପରଫେକ୍ଟ ରହିଛି । ମୁଁ ମୋର ଶଦ୍ଦ ପେରସ୍ତ ନେଉଛି, ତୁମର ସ୍ୱର ବହୁତ ଭଲ ଅଟେ । ବର୍ତ୍ତମାନ ରାନୀ ତାଙ୍କ ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ରାନୀ ତାଙ୍କ ସଂଘର୍ଷର କାହାନୀ ବିଷୟରେ କହିଥିଲେ ।