ନବୀନଙ୍କ ଗାଁ କନେକସନ ! ଆଜି ପୁଣି ଗାଁ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

65

କନକ ବ୍ୟୁରୋ: ନବୀନଙ୍କ ଗାଁ କନେକସନ । ଆଜି ପୁଣି ଗାଁ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସୁବିଧା ଓ ଅସୁବିଧା ପଚାରି ବୁଝିଛନ୍ତି । ସଚିବାଳୟରୁ ଭିଡିଓକନଫରେନ୍ସି ମାଧ୍ୟମରେ ଗାଁର ସରପଂଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି, ମୟୁରଭଂଜ ଓ ବୌଦ୍ଧର ୩ଟି ପଂଚାୟତ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ମଂଜୁରୀ କରିଛନ୍ତି । ମାଲକାନଗିରୀ କୋରୁମୁଣ୍ଡା ପଂଚାୟତର ୧୦ଟି ପ୍ରକଳ୍ପ, ବୈାଦ୍ଧର ବାଣିଭୂଷଣ ପଂଚାୟତ ପାଇଁ ୭ଟି ପ୍ରକଳ୍ପ ଓ ମୟୂରଭଂଜନର ବିଶିପୁର ପଂଚାୟତ ପାଇଁ ୬ଟି ପ୍ରକଳ୍ପ ମଂଜୁରୀ କରାଯାଇଛି । ଗାଁ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଂଜୁରୀ ହୋଇଥିବା ପ୍ରକଳ୍ପଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ।

ଚଳିତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ପ୍ରତି ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁ ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି ।