ବଢିଲା ଲାଲୁଙ୍କ ଅଡୁଆ ! ଚାରା ଦୁର୍ନୀତିର ଚତୁର୍ଥ ମାମଲାରେ ବି ଦୋଷୀ ସାବ୍ୟସ୍ତ, ପୁଣି ୭ ବର୍ଷ ଜେଲ୍ ଦଣ୍ଡାଦେଶ

82

କନକ ବ୍ୟୁରୋ: ବିର୍ସା ମୁଣ୍ଡା ଜେଲରେ ବନ୍ଦୀ ଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ଏକ ଝଟକା । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ପୁଣି ଦୁଇଟି ଧାରାରେ  ୭ ବର୍ଷ  ଜେଲ ଦଣ୍ଡାଦେଶ ହୋଇଛି । ଏଥିସହିତ ୩୦ ଲକ୍ଷ ଟଙ୍କା ଜରିମାନା ବାବଦକୁ ଦେବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଡୁମକା ଟ୍ରେଜେରୀରୁ ଟଙ୍କା ହଡପ ମାମଲାରେ ଲାଲଙ୍କୁ ୭ ବର୍ଷ ଜେଲ ହୋଇଛି ।

ବର୍ତମାନ ଝାଡଖଣ୍ଡରେ ଥିବା ଡୁମକା ଟ୍ରେଜେରୀରୁ ୩ କୋଟି ୧୩ ଲକ୍ଷ ଟଙ୍କା ଠକେଇ ନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଗୋଖାଦ୍ୟ ପାଇଁ ଲାଲୁ, ବେଆଇନ୍ ଭାବେ ଜାଲ୍ କାଗଜପତ୍ର ଦେଖାଇ ଏହି ଟଙ୍କା ଉଠାଇଥିଲେ । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୫ ଟି ମାମଲା ଚାଲିଛି । ବର୍ତ୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ , ଦ୍ୱିତୀୟ ମାମଲାରେ ସାଢେ ୩ ବର୍ଷ ଏବଂ ତୃତୀୟ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଡୁମକା ପରେ ଚାରା ଘୋଟାଲାର ଶେଷ ମାମଲା, ଦୋରଣ୍ଡା ଟ୍ରେଜେରୀ ମାମଲାରେ ଆଗକୁ ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁସ୍କିଲ ବଢିବାରେ ଲାଗିଛି । ଗୋ-ଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ନିକଟରେ ଡୁମକା ଟ୍ରେଜେରୀ ମାମଲାରେ ସିବିଆଇ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାରେ ଜାଲ କାଗଜପତ୍ର ଦେଖାଇ ୧୩ କୋଟି ଟଙ୍କା ଉଠାଯାଇଥିବା ଅଭିଯୋଗ ରହିଥିଲା । ଏଥିରେ ଲାଲୁ ଯାଦବ ଅଭିଯୁକ୍ତ ଥିଲେ ।

ରାୟ ଶୁଣାଇ କୋର୍ଟ ବିହାରର ପୂ ର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଦୋଷମୁକ୍ତ କରାଯାଇଛି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୬ ଟି ମାମଲା ଚାଲିଛି । ଆଉ ବର୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଲାଲୁ ଏବେ ରାଂଚିର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ।