ଅପରାଧିକ ତଦନ୍ତ ପାଇଁ ବ୍ୟବହାର ହୋଇପାରିବ ନାହିଁ ଆଧାର ତଥ୍ୟ ! ୟୁଆଇଡିଏଆଇ ଦେଲା ସ୍ପଷ୍ଟୀକରଣ ।

24

ଆଧାର ଅଧିନିୟମ ଅନୁସାରେ ବାୟୋମେଟ୍ରିକ ତଥ୍ୟର ବ୍ୟବହାର ଅପରାଧିକ ଯାଞ୍ଚ ପାଇଁ କରାଯାଇ ପାରିବ ନାହିଁ । ୟୁଆଇଡିଏଆଇ ପକ୍ଷରୁ ଏନେଇ ଆଜି ସ୍ପଷ୍ଟୀକରଣ ରଖାଯାଇଛି । ତେବେ ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଅପରାଧିକ ରେକର୍ଡ ବ୍ୟୁରୋ ତଥା ଏନସିଆରବି, ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସକୁ ଆଧାରର ସୂଚନା ବ୍ୟବହାର କରିବା ପାଇଁ କହିଥିଲେ । ତେବେ ପ୍ରାଧିକରଣର ଏହି ବୟାନ କହିଛି ଯେ, ଆଧାର ତଥ୍ୟ କେବେ ବି କୌଣସି ଅପରାଧିକ ଯାଞ୍ଚ ଏଜେନ୍ସି ସହ ସେୟାର କରାଯାଇନାହିଁ ।

ପ୍ରାଧିକରଣ କହିଛି ଯେ, ଆଧାର ଅଧିନିୟମ ୨୦୧୬ର ଧାରା ୨୯ ଅନୁଯାୟୀ, ଆଧାର ସୂଚନାର ବ୍ୟବହାର ଅପରାଧିକ ଯାଞ୍ଚ ପାଇଁ ସ୍ୱୀକୃତ ନୁହେଁ । ୟୁଆଇଡିଏଆଇ କହିଛି ଯେ, ଅଧିନିୟମର ଧାରା ୩୩ ଅନୁଯାୟୀ, ରାଷ୍ଟ୍ରୀୟ ସୁରକ୍ଷାର ଯାଞ୍ଚ ପାଇଁ ଆଧାରର ତଥ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଏବା ସେତେବେଳେ ସମ୍ଭବ ହେବ ଯେତେବେଳେ ମନ୍ତ୍ରୀମଣ୍ଡଳୀୟ ସଚିବଙ୍କ ଅଧ୍ୟକ୍ଷତା ବାଲା ସମିତି ଏଥିପାଇଁ ପୂର୍ବ ପ୍ରାଧିକରଣ ଦେଇଥିବେ ।