ଗୋଟିଏ ମିନିଟରେ ଆଧାର ଆପକୁ କରିହେବ ହ୍ୟାକ୍ ! ଲୋକଙ୍କୁ ସର୍ତକ କରିବା ସହ ହ୍ୟାକିଂର ପ୍ରଣାଳୀ କହିଲେ ଫ୍ରାନ୍ସ ବିଶେଷଜ୍ଞ, ୟୁଆଇଡିଏଆଇ କଲା ଖାରଜ

29

ଆଧାର କର୍ତ୍ତୃପକ୍ଷ ୟୁଆଇଡିଏଆଇ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ଆଧାର ହେଉଛି ସବୁଠାରୁ ଅଧିକ ସୁରକ୍ଷିତ । କିନ୍ତୁ ଆଧାର କର୍ତ୍ତୃପକ୍ଷଙ୍କ ଏହି ଦାବିକୁ ଜଣେ ଫ୍ରେଞ୍ଚ ବିଶେଷଜ୍ଞ ଖାରଜ କରିଛନ୍ତି । ଏହାଛଡା ଆମେ ବ୍ୟବହାର କରୁଥିବା ଏମ୍ ଆଧାର ଆପରେ ଅନେକ ଗୁଡିଏ ତ୍ରୁଟି ବାହାର କରିଛନ୍ତି । ଏବଂ ଏହି ଆପକୁ ବ୍ୟବହାର ନକରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଫ୍ରାନ୍ସ ର ସୁରକ୍ଷା ବିଶେଷଜ୍ଞ ବେପ୍ଟିସ୍ଟ ରୋବର୍ଟ ଯିଏକି ଏଲିୟଟ୍ ଏଲ୍ଡରସନ୍ ନାମରେ ସୋସିଆଲ ମିଡିଆରେ ଉପଲବ୍ଧ ଅଛନ୍ତି । ସେ ଏକ ଭିଡିଓ ଟ୍ୱିଟର ରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି କିଭଳି ଜଣେ, ମାତ୍ର ୧ ମିନିଟରେ ଆଧାର ଆଣ୍ଡ୍ରଏଡ୍ ଆପର ପାସୱାର୍ଡ ପ୍ରୋଟେକସନ୍ ସିଷ୍ଟମକୁ ଚକମା ଦେଇପାରିବ । ଏହି ଭିଡିଓ ରେ ସେ ୟୁଆଇଡିଏଆଇ ର ଆଧାର ଆପ୍ ରେ ଅନେକ ତୃଟି ଥିବା ଦର୍ଶାଇଛନ୍ତି । ରୋବର୍ଟ ଏହି ଭିଡିଓ ରେ କହିଛନ୍ତି ଯେ, କିଭଳି ଏମ୍ ଆଧାର ର ପାସୱାର୍ଡ ମେକାନିଜିମକୁ ହ୍ୟାକ କରି ଆଧାରର ବିବରଣୀ ବାହାର କରାଯାଇ ପାରିବ ।

ଏହାଛଡା ରବର୍ଟ କହିଛନ୍ତି, ଏପର୍ଯ୍ୟନ୍ତ ଆଧାର ଆପକୁ ହ୍ୟାକ କରି ୨୦ ହଜାରରୁ ଅଧିକ ଲୋକଙ୍କର ତଥ୍ୟ ହାସଲ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ରବର୍ଟ ସୂଚନା ଦେଇ କହିଛନ୍ତି ଯେ, ଇଣ୍ଟରନେଟରେ ବେଶ ଆରାମରେ ଆଧାର ଆପର ପାସୱାର୍ଡ ହାସଲ କରିପାରିବ । ଏଥିପାଇଁ ହ୍ୟାକିଂର ମଧ୍ୟ ଆବଶ୍ୟକ ପଡିବନି । ଏଥିପାଇଁ କେବଳ ଗୁଗୁଲର ସାହାଯ୍ୟ ଆବଶ୍ୟକ ପଡିବ ।
ତେବେ ରବର୍ଟଙ୍କ ଏଭଳି ଦମ୍ଭୋକ୍ତିକୁ ଖାରଜ କରିଛନ୍ତି ଆଧାର ଅଧିକାରୀ । ୟୁଆଇଡିଏଆଇ ଅନୁଯାୟୀ, କୌଣସି ବ୍ୟକ୍ତିର ଆଧାର ନମ୍ବର ଜାଣିଗଲେ ତା ବିଷୟରେ ସବୁ ତଥ୍ୟ ମିଳିବ ନାହିଁ । ଏଥିପାଇଁ ଆଧାର ନମ୍ବର ଥିବା ବ୍ୟକ୍ତିର ବାୟୋମେଟ୍ରିକ ଡିଟେଲ ଆବଶ୍ୟକ ।