ନବରଙ୍ଗପୁର : ଉମରକୋଟ ବ୍ଲକ ବୋକଦା ଗାଁରେ ଥିବା ଏକ ପୋଲ ତଳୁ ଶହଶହ ଆଧାର କାର୍ଡ ଜବତ

32

କନକ ବ୍ୟୁରୋ: ପୋଲ ତଳୁ ମିଳିଛି ଶହଶହ ଆଧାର କାର୍ଡ । କେବଳ ଆଧାର କାର୍ଡ ନୁହେଁ ରୁପେ କାର୍ଡ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଏକ ପୋଲ ତଳୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୋକଦା ଗାଁରେ ଥିବା ଏକ ପୋଲ ତଳୁ ଜବତ ହୋଇଛି ଆଧାର କାର୍ଡ, ରୁପେ କାର୍ଡ ଓ ଅନ୍ୟାନ୍ୟ ଜରୁରୀ କାଜଗପତ୍ର । ଏହି ଘଟଣା ପଛରେ ସ୍ଥାନୀୟ ପୋଷ୍ଟ ମାଷ୍ଟରଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ପୋଷ୍ଟ ମାଷ୍ଟର ନିଜ ଦୋଷ ଏଡାଇବା ପାଇଁ ଏକ ଭିନ୍ନ ଢଙ୍ଗରେ ଉତର ରଖିଛନ୍ତି । କହିଛନ୍ତି ଯେ, ସେ ବିଶ୍ୱାସରେ ଲୋକଙ୍କୁ କିଛି କାର୍ଡ ଦେଇଥିଲେ ବାଂଟି ଦେବା ପାଇଁ ତେବେ ସେମାନେ ସଠିକ୍ ଲୋକଙ୍କ ପାଖରେ ନପହଂଚାଇ ଫିଙ୍ଗି ଦେଇଥାଇପାରନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଆଧାର କାର୍ଡଗୁଡିକ ଜବତ କରି ଘଟଣାର ଖୋଳତାଡ ଜାରି ରଖିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ପୋଲ ତଳେ ଏହି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଫିଙ୍ଗିଛି ।