ଗୋଟିଏ ଦିନରେ ଗୋଟିଏ ଗାଁରେ ଜନ୍ମ ହେଲେ ୮୦୦ ଜଣ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ପ୍ରମାଣ ହେଉଛି ଆଧାରକାର୍ଡ
ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ହେଉଛି ଆଧାରକାର୍ଡ । ସବୁ କ୍ଷେତ୍ରରେ ଏବେ ଆଧାରକାର୍ଡ ଖୋଜା ପଡୁଛି । ବ୍ୟାଙ୍କରେ ଖାତା ଖୋଲିବା ହେଉ ଅବା ସିମ କିଣିବା ପ୍ରତ୍ୟେକ କ୍ଷେତ୍ରରେ ଏବେ ଆଧାରକାର୍ଡ ନିତାନ୍ତ ଅପରିହାଯ୍ୟ । ଏପରିସ୍ଥଳେ ଆଧାରକାର୍ଡର ଏକ ସାଂଘାତିକ ଭୁଲ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ହରିଦ୍ୱାରରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଖାଟା ଗ୍ରାମରେ ଲୋକଙ୍କୁ ମିଳିଥିବା ଆଧାରକାର୍ଡକୁ ନେଇ ଏବେ ଜବରଦସ୍ତ ଚର୍ଚ୍ଚା ହେଉଛି । ଏହି ଗ୍ରାମର ୮୦୦ ଲୋକଙ୍କୁ ମିଳିଥିବା ଆଧାରକାର୍ଡରେ ଜନ୍ମତାରିଖ ସମାନ ରହିଛି । ନ୍ୟୁଜ ଏଜେନ୍ସି ଏନଆଇ ମୁତାବିକ ଉତ୍ତରାଖଣ୍ଡର ଏହି ଗ୍ରାମର ୮୦୦ ଲୋକଙ୍କ ଆଧାରକାର୍ଡରେ ଜନ୍ମତାରିଖ ୧ ଜାନୁଆରୀ ଲେଖାଅଛି । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ହୋଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଏସବକୁ ସଠିକ୍ ଭାବେ ପ୍ରସ୍ତୁତ କରାଯାଉନାହିଁ ।
ଆଧାରକାର୍ଡରେ ହୋଇଥିବା ଭୂଲ ବିଷୟରେ ହରିଦ୍ୱାର ଏସଡିଏମ କହିଛନ୍ତି, ମିଡିଆରେ ଖବର ପ୍ରକାଶ ପାଇବା ପରେ ତାଙ୍କ ଦୃଷ୍ଟିଗୋଚରକୁ ଏହି ଖବର ଆସିଛି । ଏହି ମାମଲା ତାଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଭୂଲ ଯେ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ତେବେ ଆଧାରକାର୍ଡରେ ଏଭଳି ଭୂଲ କିଛି ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଆଧାରକାର୍ଡରେ ଜନ୍ମତାରିଖ, ନାମ ଓ ଠିକଣା ଭୂଲ ଥିବାର ନଜିର ରହିଛି । ସରକାରଙ୍କ ତରଫରୁ ବିଭିନ୍ନ ବେସରକାରୀ ସଂସ୍ଥାକୁ ଆଧାରକାର୍ଡ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଉଥିବାରୁ ଏଭଳି ଭୂଲ ହେଉଛି ବୋଲି ସାଧାରଣ ଲୋକ କହିଛନ୍ତି ।