ମଶାଣିରେ ବି ଖୋଜାପଡିଲା ଅଧାରାକାର୍ଡ! ବିନା ଆଧାରାକାର୍ଡରେ ହୋଇପାରୁନାହିଁ ଅନ୍ତିମ ସଂସ୍କାର, ଜାଣନ୍ତୁ କେଉଁଠି ?

48

ଡିଜିଟାଲ ହେଉଛି ଭାରତ ! ଏବେ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡ ନିତାନ୍ତ ଆବଶ୍ୟକ ପଡୁଛି । ମୋବାଇଲ ସେବା ଠାର୍ରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ପ୍ରତ୍ୟେକ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଆଧାରକାର୍ଡ ଆବଶ୍ୟକ ପଡୁଛି । ଆଧାରକାର୍ଡରେ ଗୋଟିଏ ବ୍ୟକ୍ତିର ସମସ୍ତ ତଥ୍ୟ ରହିଥାଏ । କିନ୍ତୁ ଏବେ ଅନ୍ତିମ ସଂସ୍କାରରେ ମଧ୍ୟ ଆଧାରକାର୍ଡ ଆବଶ୍ୟକ । ହରିୟାଣାର ଫରିଦାବାଦର ଏକ ଶ୍ମଶାନରେ ଏଭଳି ଅଜବ ନିୟମ ଲାଗୁ କରାଯାଇଛି ।

ଫରିଦାବାଦରେ ଖେଡି ରୋଡ ଅଞ୍ଚଳରେ ଥିବା ସ୍ୱର୍ଗାଶ୍ରମର ଅଧିକାରୀ ଏକ ସୂଚନା ଫଳକ ଲଗାଇ ଏ ବାବଦରେ ଲୋକଙ୍କୁ ସୂଚନା ଦେଇଛନ୍ତି । ଏହି ସୂଚନା ଫଳକରେ ଲେଖାଯାଇଛି, ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଆଧାରକାର୍ଡ ଜରୁରୀ ନଚେତ ଅନ୍ତିମସଂସ୍କାର ହୋଇପାରିବନି । ତେବେ କିଛି ଲୋକ ଏହି ସୂଚନା ବୋର୍ଡ ଦେଖିବା ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ଶଶ୍କାନର ମୁଖ୍ୟଙ୍କ କହିବା ଅନୁଯାୟୀ, ଅନ୍ତିମ ସଂସ୍କାର ବେଳେ ଅନେକ ଲୋକ ମୃତକଙ୍କ ପୂରା ତଥ୍ୟ ଦେଇନଥାନ୍ତି । ଏପରିକି ଅନେକ ସମୟରେ ଲୋକେ ମୃତକଙ୍କ ନାମ, ଠିକଣା ମଧ୍ୟ ଭୁଲ ଲେଖିଥାନ୍ତି ।

ତେବେ ନଗର ନିଗମରେ ମୃତ୍ୟୁ ପ୍ରମାଣ ପତ୍ର ବାହାର କରିବା ବେଳେ ଶଶ୍ମାନର ରସିଦ ଆବଶ୍ୟକ ହୋଇଥାଏ । ଅଧିକାଂଶ ଲୋକ ରସିଦରେ ମୃତ ଲୋକର ନାଁ ଓ ଠିକଣା ଭୁଲ ଲେଖିଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ବାହାର କରିବାରେ ଅସୁବିଧା ଦେଖାଦେଇଥାଏ । ଫଳରେ ପୁଣିଥରେ ସେହି ରସିଦରେ ଥିବା ଠିକଣାକୁ ଠିକ୍ କରିବାକୁ ଲୋକ ଆସିଥାନ୍ତି । ଏଥିପାଇଁ ସ୍ୱର୍ଗାଶ୍ରମର ଅଧିକାରୀଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ନଗର ନିଗମ ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଯାହାଫଳରେ ନଗର ନିଗମ କତ୍ତୃପକ୍ଷଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ବାହାର କରିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ।

ତେବେ ଏନେଇ ଫରିଦାବାଦ ନଗର ନିଗର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଅନ୍ତିମ ସଂସ୍କାର ପାଇଁ ଆଧାର କାର୍ଡ ଜରୁରୀ ବୋଲି କୌଣସି ନିୟମ ନାହିଁ । ତେଣୁ ସ୍ୱର୍ଗାଶ୍ରମରେ ଲାଗୁ ହୋଇଥିବା ନିୟମକୁ ପରିବର୍ତ୍ତନ କରାଯିବ । ଅନ୍ତିମ ସଂସ୍କାର ବେଳେ ଆଧାର ଜରୁରୀ ନୁହେଁ ବରଂ ଠିକ୍ ବିବରଣୀ ଜରୁରୀ ବୋଲି ସେ କହିଛନ୍ତି ।