ବ୍ୟାଙ୍କରେ ଖାତା ଖୋଲିବା ପାଇଁ ବାଧ୍ୟତାମୂଳକ ହେଲା ଆଧାର ! ଆଇବିଆଇ ଜାରି କଲା ନୂଆ ଗାଇଡଲାଇନ୍

38

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରିବିଆଇ) ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରିଛି । ତେବେ ଆରବିଆଇର ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟର ନଷ୍ପତ୍ତି ଆସିବା ପରେ ଲାଗୁ କରାଯିବ । କିନ୍ତୁ ଯେବେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତି ଆସି, ସେବେ ପର୍ଯ୍ୟନ୍ତ ଗାଇଡ଼ଲାନ ପାଳନ କରିବା ପାଇଁ ବାଧ୍ୟ । ବିନା ଆଧାରକାର୍ଡ଼ରେ ବ୍ୟାଙ୍କରେ କୌଣସି ପ୍ରକାର ଖାତା ଖୋଲାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ଆରବିଆଇ । ନୂଆ ଗ୍ରାହକଙ୍କୁ କେୱାସି ଅନୁସାରେ ଆଧାର ନମ୍ବର, ପ୍ୟାନ ନମ୍ବର କିମ୍ବା ଫର୍ମ ଦେବାକୁ ପଡ଼ିବ । ଆରବିଆଇ ଅନୁସାରେ କେନ୍ଦ୍ର ସରକାର ୧ ଜୁନ୍ ୨୦୧୭ରେ ନିମୟରେ ସଂଶୋଧନ କରିଛନ୍ତି, ଯେଉଁଠି ଆଧାରକୁ ସମସ୍ତ ଆର୍ଥିକ ଖାତା ପାଇଁ ଜରୁରୀ କରାଯାଇଛି ।

ଗତ ମାସ ସୁପ୍ରିମକୋର୍ଟ ଆଧାରକୁ ସମସ୍ତ ପ୍ରକାର ଖାତା, ଇନକମ ଟାକ୍ସ ପଇଠ କିମ୍ବା ମୋବାଇଲ ନମ୍ବରକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତି ଲିଙ୍କ୍ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ନଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଏହାପରେ ଆଧାର ସହ ଲିଙ୍କ କରିବା ପାଇଁ ସମୟସୀମା ଅନିଶ୍ଚିତକାଳ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଆରବିଆଇ କହିଛି ତାଙ୍କ ଅଧିନରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟ କମ୍ପାନୀ ଗୁଡ଼ିକ ଉପରେ ଗାଇଡ଼ଲାଇନ୍ ଜାରି ହେବ । ତେବେ ଜାମ୍ମୁ-କଶ୍ମୀର, ଆସାମ ଓ ମେଘାଳୟ ପରି ରାଜ୍ୟରେ ଏହି ନିୟମ ଲାଗୁ ହୋଇନାହିଁ । ଏହା ବ୍ୟତୀତ ବ୍ୟାଙ୍କରେ ପୂର୍ବରୁ ଯଦି ଆପଣଙ୍କ କିଛି ଖାତା ଅଛି, ତେବେ ବି ଆଧାର କାର୍ଡ଼ ଅନିବାର୍ଯ୍ୟ ।