ଆଧାର ସଂଯୋଗ ନେଇ ସୁପ୍ରିମକୋର୍ଟଙ୍କ ରାୟ । ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ କୋର୍ଟ ।

27

ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ରାୟ । ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି କୋର୍ଟ । ପ୍ରଧାନବିଚାରପତିଙ୍କ ସମେତ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ଅନ୍ତରୀଣ ରାୟ ଶୁଣାଇଛନ୍ତି । ଗତକାଲି ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ଏହି ମାମଲାର ଚୂଡାନ୍ତ ରାୟ ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରେ ପ୍ରକାଶ କରିବେ ବୋଲି ଜଣାପଡିଛି । ଅର୍ଥ କାରବାରରେ ଦେଉଥିବା ଅନୈତିକ କାରବାର ରୋକିବା ପାଇଁ ଆଧାର ଲିଙ୍କର ଆବଶ୍ୟକତା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାର ସମସ୍ତ ପ୍ରକାର ଆଧାର ଲିଙ୍କର ସମୟସୀମାକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ।

ତେବେ ଆଧାର ନମ୍ବରକୁ ବିଭିନ୍ନ ଯୋଜନାରେ ଯୋଡିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଏନେଇ କୋର୍ଟରେ ଜାନୁଆରୀ ୧୭ ତାରିଖରୁ ଶୁଣାଣି ହେବ ।